fbpx

କେଜ୍ରିୱାଲ ମାମଲାରେ ଆମେରିକାକୁ କଡା ଜବାବ ଦେଲା ଭାରତ, ଆମେରିକା ଉପରାଜଦୂତଙ୍କୁ ନୋଟିସ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ପରେ ଦେଶରେ ରାଜନୈତିକ ବାତାବରଣ ଉଷ୍ମ ହୋଇଛି । ବିଭିନ୍ନ ରାଜନୈତିକ ଦଳ ଓ ନେତାଙ୍କ ପକ୍ଷରୁ ପ୍ରତିଦିନ ବିଭିନ୍ନ ପ୍ରକାର ବୟାନ ସାମ୍ନାକୁ ଆସୁଛି । ଏହି କ୍ରମରେ ଆମେରିକାର ବିଦେଶ ବିଭାଗ କେଜ୍ରିୱାଲଙ୍କ ଗିରଫଦାରୀ ଉପରେ ଟିପ୍ପଣୀ ରଖିଛି । ତେବେ ଭାରତ ଆମେରିକାର ବିଦେଶ ବିଭାଗ ଟିପ୍ପଣୀ ଉପରେ କଡା ପ୍ରତିକ୍ରିୟା ରଖିଛି । ଏହି କ୍ରମରେ ବିଦେଶ ମନ୍ତ୍ରଣାଳୟ ଭାରତରେ ଆମେରିକା ଉପରାଜଦୂତ ଗ୍ଲୋରିଆ ବେରବେନାଙ୍କୁ ନୋଟିସ୍ ପଠାଇଛି । ଭାରତ ସ୍ପଷ୍ଟ ଭାବରେ କହିଛି ଅନ୍ୟ ଦେଶର ଆନ୍ତରିକ ମାମଲାରେ ଦଖଲ ଦେବା ଆଦୌ ଠିକ୍ ନୁହେଁ ।

ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ପକ୍ଷରୁ ଗିରଫ କରାଯାଇଛି । ଆମେରିକା ବିଦେଶ ବିଭାଗ ଏହି ମାମଲାରେ କହିଥିଲା କି, ପୁରା ଘଟଣାକ୍ରମ ଉପରେ ଆମେରିକାର ପୁରା ନଜର ରହିଛି । ଏହାକୁ ନେଇ ଭାରତ ଆପତ୍ତି ପ୍ରକାଶ କରିଛି । ଭାରତର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ବୟାନ ଜାରି କରି କୁହାଯାଇଛି, ଭାରତର ଆଇନଗତ ପ୍ରକ୍ରିୟା ଉପରେ ଆମେରିକାର ବିଦେଶ ବିଭାଗ ପ୍ରବକ୍ତାଙ୍କ ପକ୍ଷରୁ କରାଯାଇଥିବା ଟିପ୍ପଣୀକୁ ସଂପୂର୍ଣ୍ଣ ଭାବରେ ବିରୋଧ କରୁଛୁ । କୂଟନୀତି କ୍ଷେତ୍ରରେ ଆମେରିକା ଅନ୍ୟ ଦେଶର ସ୍ୱତନ୍ତ୍ରତା ଓ ଆନ୍ତରିକ ମାମଲାକୁ ସମ୍ମାନ କରିବା ଉଚିତ । ପୁଣି ଗଣତନ୍ତ୍ର ରାଷ୍ଟ୍ରରେ ଏହାର ଆବଶ୍ୟକତା ସର୍ବାଧିକ ରହିଛି ।

Get real time updates directly on you device, subscribe now.