fbpx

ମହଙ୍ଗା ପଡିଲା ବିବାଦୀୟ ବିବୃତ୍ତି: କଂଗ୍ରେସର ସୁପ୍ରିୟା ଶ୍ରୀନେତ୍ର ଏବଂ ବିଜେପିର ଦିଲୀପ ଘୋଷଙ୍କୁ ନୋଟିସ ପଠାଇଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: କେନ୍ଦ୍ରୀୟ ନିର୍ବାଚନ ଆୟୋଗ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ ଏବଂ ବିଜେପିର ଦିଲୀପ ଘୋଷଙ୍କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି । କେନ୍ଦ୍ରୀୟ ନିର୍ବାଚନ ଆୟୋଗ ସୁପ୍ରିୟା ଶ୍ରୀନେତଙ୍କ ଏକ୍ସରେ କଙ୍ଗନା ରନାୱତଙ୍କୁ ନେଇ କରାଯାଇଥିବା ପୋଷ୍ଟ ପାଇଁ ନୋଟିସ ଜାରି କରିଛନ୍ତି । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଗୁରୁବାର ସଂଧ୍ୟା ୫ଟାରେ ଉତ୍ତର ମଗାଯାଇଛି ।

ପଶ୍ଚିମ ବଙ୍ଗର ବିଜେପି ନେତା ଦିଲୀପ ଘୋଷଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ଦିଆଯାଇଥିବା ବିବୃତ୍ତି ପାଇଁ ନୋଟିସ ଜାରି କରାଯାଇଛି । ଟିଏମସି ପକ୍ଷରୁ ଦିଲୀପ ଘୋଷଙ୍କ ବିରୋଧରେ ନିର୍ବାଚନ ଆୟୋଗରେ ଅଭିଯୋଗ ଦାଖଲ କରାଯାଇଛି ଏବଂ ଅଭିଯୋଗ ଲଗାଯାଇଛି ଯେ, ସେ ଆଦର୍ଶ ଆଚାର ସଂହିତାର ଉଲ୍ଲଂଘନ କରାଯାଇଛି । ଟିଏମସି ପକ୍ଷରୁ ଅଭିଯୋଗ ହୋଇଛି ଯେ, ପଶ୍ଚିମ ବଙ୍ଗ ବିଜେପିର ପୂର୍ବତନ ଅଧ୍ୟକ୍ଷ ଦିଲୀପ ଘୋଷ ଟିଏମସିର ନିର୍ବାଚନ ସ୍ଲୋଗାନ କୋଲକାତା ନିଜ ଝିଅ ଚାହୁଁଛିର ମଜାକ ଉଡାଇଛନ୍ତି ।

ନ୍ୟୁଜ ଏଜେନ୍ସି ପିଟିଆଇଙ୍କ ରିପୋର୍ଟ ଅନୁ୍‌ାୟୀ, ଟିଏମସି ଅଭିଯୋଗ ଲଗାଇଛନ୍ତି ଯେ, ଦିଲୀପ ଘୋଷ କହିଛନ୍ତି ଯେ, ଯେବେ ସେ ଗୋଆ ଯାଆନ୍ତି ସେବେ ସେ କୁହନ୍ତି ସେ ଗୋଆର ଝିଅ । ତ୍ରୀପୁରାରେ ସେ କୁହନ୍ତି, ସେ ତ୍ରୀପୁରାର ଝିଅ । ପ୍ରଥମେ ତାଙ୍କୁ ସ୍ପଷ୍ଟ କରିବାକୁ ଦିଅନ୍ତୁ ।

Get real time updates directly on you device, subscribe now.