fbpx

ଅଭିନେତ୍ରୀ ଅଦିତୀ ରାଓ ହାଇଦରୀଙ୍କ ଦ୍ୱିତୀୟ ବିବାହ: ଅଭିନେତା ସିଦ୍ଧାର୍ଥଙ୍କ ସହ ଆରମ୍ଭ କଲେ ନୂଆ ଇନିଂସ

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ବଡ଼ ଖବର । ଅଭିନେତା ସିଦ୍ଧାର୍ଥ ଓ ଅଭିନେତ୍ରୀ ଅଦିତ୍ରୀ ରାଓ ହାଇଦରୀ ପରସ୍ପରଙ୍କୁ ବିବାହ କରିଛନ୍ତି । ଏହା ଉଭୟଙ୍କର ଦ୍ୱିତୀୟ ବିବାହ । ପୂର୍ବରୁ ଦୁଇ ତାରକାଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଅଦିତୀ ପୂର୍ବରୁ ସତ୍ୟଦୀପ ମିଶ୍ରାଙ୍କୁ ବିବାହ କରିଥିବା ବେଳେ ପରେ ଦୁହେଁ ଅଲଗା ହୋଇଯାଇଥିଲେ । ସେହିପରି ସିଦ୍ଧାର୍ଥ ୨୦୦୩ରେ ପ୍ରଥମ ବିବାହ କରିଥିବା ବେଳେ ୨୦୭ରେ ତାଙ୍କର ବିବାହ ବିଚ୍ଛେଦ ହୋଇଯାଇଥିଲା ।

ଅଦିତୀ ଓ ସିଦ୍ଧାର୍ଥ ଦୁହେଁ ତେଲେଙ୍ଗାନାର ରଙ୍ଗାନାଥ ମନ୍ଦିରରେ ଗୁପ୍ତ ଭାବେ ବିବାହ କରିଥିବା ଏକ ସୂତ୍ରରୁ ଜଣାପଡ଼ିଛି । ଦୁଇ ତାରକା ପରସ୍ପରକୁ ବେଶ୍ ପସନ୍ଦ କରୁଥିବା ବେଳେ ଦୁହେଁ ନିଜର ବ୍ୟକ୍ତିଗତ ସମ୍ପର୍କକୁ ସିକ୍ରେଟ ରଖିଥିଲେ । ଦୁହିଁଙ୍କ ବିବାହ ସମୟରେ କିଛି ନିକଟ ସମ୍ପର୍କୀୟ ସାମିଲ ହୋଇଥିଲେ । ପାରମ୍ପାରିକ ରୀତିନୀତି ଅନୁଯାୟୀ ଦୁହେଁ ବିବାହ କରିଥିଲେ । ଏହି ବିବାହ ପାଇଁ ତାମିଲନାଡ଼ୁରୁ ପୂଜାରିଙ୍କୁ ନିମନ୍ତ୍ରଣ କରାଯାଇଥିଲା ।

୩୭ ବର୍ଷୀୟା ଅଦିତୀ ହିନ୍ଦି, ତାମିଲ, ମାଲୟାଲମ୍ ଓ ତେଲୁଗୁ ଭାଷାର ବିଭିନ୍ନ ଫିଲ୍ମରେ ଅଭିନୟ କରିଛନ୍ତି । ମାଲୟାଲମ୍ ଫିଲ୍ମ ‘ପ୍ରଜାପତି’ ଜରିଆରେ ସେ ଫିଲ୍ମରେ ଡେବ୍ୟୁ କରିଥିଲେ । ୨୦୦୯ରୁ ୨୦୧୩ ପର୍ଯ୍ୟନ୍ତ ତାଙ୍କର ପ୍ରଥମ ବିବାହ ଚାଲିଥିଲା । ଫିଲ୍ମ ପାଇଁ ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି । ସେହିପରି ୪୪ ବର୍ଷୀୟ ଅଭିନେତା ସିଦ୍ଧାର୍ଥ ସୂର୍ଯ୍ୟନାରାୟଣ ହିନ୍ଦି, ତାମିଲ, ତେଲୁଗୁ ଫିଲ୍ମରେ ଅଭିନୟ କରିବା ସହିତ ଜଣେ ସ୍କ୍ରିନ ରାଇଟର, ପ୍ରଯୋଜକ ଓ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ପରିଚିତ ଅଟନ୍ତି ।

Get real time updates directly on you device, subscribe now.