fbpx

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅସୁସ୍ଥ: ୪୬କୁ କମିଲା ସୁଗାର ଲେବଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଶରୀର ଅସୁସ୍ଥ ଖବର ସାମ୍ନାକୁ ଆସିଛି । ରିପୋର୍ଟ ମୁତାବକ ଇଡି କଷ୍ଟଡିରେ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଛି । ତାଙ୍କ ସୁଗାର ଲେବଲ୍ ଲଗାତାର ଉପର-ତଳ ହେଉଛି । ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସୁଗାର ଲେବଲ ୪୬କୁ ହ୍ରାସ ପାଇଛି । ଡକ୍ତରଙ୍କ କହିବାନୁଯାୟୀ, ସୁଗାର ଲେବଲ ଏତେ ପରିମାଣରେ ଖସିବା ବିପଦ ।

ଏହା ପୂର୍ବରୁ ବୁଧବାର ଦିନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସ୍ତ୍ରୀ ସୁନୀତା କେଜ୍ରିୱାଲ ଏକ ଭିଡିଓ ଜାରି କହିଛନ୍ତି ଯେ, ମଙ୍ଗଳବାର ସଂଧ୍ୟାରେ ଜେଲରେ ସେ ନିଜ ପତ୍ନୀଙ୍କୁ ଭେଟିଛନ୍ତି । ତାଙ୍କର ଡାଇବେଟିସ ଅଛି, ସୁଗାର ଲେବଲ ଠିକ୍ ନାହିଁ, କିନ୍ତୁ ସ୍ଥିର ଅଛି । ସେ ଜଣେ ଦେଶ ଭକ୍ତ ଏବଂ ସାହାସୀ ବ୍ୟକ୍ତି ଅଟନ୍ତି । ତାଙ୍କର ଲମ୍ବା ଆୟୁଷ, ସ୍ୱାସ୍ଥ୍ୟ ଏବଂ ସଫଳତାର କାମନା କରିବା ମୋ କର୍ତ୍ତବ୍ୟ । ଅରବିନ୍ଦ କହିଛନ୍ତି ଯେ, ମୋ ଶରୀର ଜେଲରେ ଅଛି । ହେଲେ ଆତ୍ମା ଅପଣ ସମସ୍ତଙ୍କ ପାଖେ ଅଛି । ଆଖି ବନ୍ଦ କରନ୍ତୁ ମୋତେ ଆପଣ ଦେଖିପାରିବେ ।

Get real time updates directly on you device, subscribe now.