fbpx

୭୯ଟି ଗାଁରେ ଜିକା ଭାଇରସର ଆତଙ୍କ, ଜାଣନ୍ତୁ କିପରି ବ୍ୟାପୁଛି

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ଭାଇରସ ବିପଦ ପରେ ଏବେ ଜିକା ଭାଇରସର ଆତଙ୍କ ଦେଖାଦେଇଛି । ପୁଣେ ଜିଲ୍ଲାର ଜିକା ଭାଇରସର ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ଆକ୍ସନ ମୋଡକୁ ଆସିଛି ପ୍ରଶାସନ । ୭୯ଟି ଗାଁରେ ଏହି ଜିକା ଭାଇରସ୍ ପ୍ରବେଶ କରିଥିବା ଜିଲ୍ଲା ପ୍ରଶାସନ ଆଶଙ୍କା ପ୍ରକାଶ କରିଛି । ଏହି ଗାଁ ଗୁଡିକରେ ଜରୁରୀକାଳୀନ ସେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି ।

ତେବେ ପୁଣେର ବେଲସର ଗ୍ରାମରେ ଜିକା ଭାଇରସର ପ୍ରଥମ ରୋଗୀ ଚିହ୍ନଟ ହୋଇଥିଲେ । ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଯାଇଥିଲା । ପୁଣେ ଜିଲ୍ଲାର ଡିଏମ୍ ଅଧିକାରୀଙ୍କ ସହ ଏକ ବୈଠକ ଡକାଇବା ପରେ ଗ୍ରାମ ପଞ୍ଚାୟତ ଓ ସ୍ଥାନୀୟ ପ୍ରଶାସନକୁ ଆର୍ଲଟ ରହିବାକୁ କହିଥିଲେ । ଏହି ସମସ୍ତ ଗାଁ ଜିକା ଭାଇରସ୍ ପାଇଁ ଅତି ସମ୍ବେଦନଶୀଳ ।

କଲେକ୍ଟର ଡାକ୍ତର ରାଜେଶ ଦେଶମୁଖ ମଧ୍ୟ ଏହି ଗ୍ରାମଗୁଡିକର ତାଲିକା ପ୍ରକାଶ କରିଛନ୍ତି, ଯେଉଁଠାରେ ଜିକା, ଡେଙ୍ଗୁ ଏବଂ ଚିକନଗୁନିଆ ଭଳି ରୋଗ ଅଛି । ପୁଣେ ଜିଲ୍ଲାର ୭୯ ଟି ଗାଁରେ ଡେଙ୍ଗୁ ଏବଂ ଚିକନଗୁନିଆ ଭଳି ରୋଗ ଦେଖାଦେଇଛି, ଯେଉଁମାନଙ୍କୁ ଜିକା ପାଇଁ ଅସୁରକ୍ଷିତ ବିବେଚିତ ହୋଇଛନ୍ତି ।

ଜିକା ଭାଇରସ୍ କିପରି ବିସ୍ତାର ହୁଏ
ଜିକା ଭାଇରସ୍ ଏଡିଜ୍ ମଶା ଦ୍ୱାରା ବିସ୍ତାର ହୁଏ । ଏହି ମଶାମାନେ ଡେଙ୍ଗୁ ଏବଂ ଚିକନଗୁନିଆ ବିସ୍ତାର କରନ୍ତି । ଏପରି ମଶା ମହାରାଷ୍ଟ୍ର ସହିତ ସମଗ୍ର ଦେଶରେ ବହୁ ସଂଖ୍ୟାରେ ଦେଖିବାକୁ ମିଳେ । ଏହି ମଶାମାନେ ଜିକା ଭାଇରସକୁୁ ବିସ୍ତାର କରିପାରନ୍ତି । ଏଥିପାଇଁ ପ୍ରତିଷେଧକ ବ୍ୟବସ୍ଥା ଫଳପ୍ରଦ ଭାବରେ କାର୍ଯ୍ୟକାରୀ ହେବା ଆବଶ୍ୟକ । ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ କୀଟନାଶକ ପରିଚାଳନା ଉପରେ ଗୁରୁତ୍ୱ ଦେବେ ।

Get real time updates directly on you device, subscribe now.