fbpx

ଏ କି ଅତ୍ୟାଚାର! Zomato ଡେଲିଭରି ଯୁବକଠାରୁ ଖାଇବା ଛଡ଼ାଇବା ସହ ଚପଲରେ ପିଟିଲେ ଯୁବତୀ, ଦେଖନ୍ତୁ Video

ନୂଆଦିଲ୍ଲୀ: ଡେଲିଭରି ଏଜେଣ୍ଟଙ୍କୁ ନେଇ ପ୍ରତିଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି । କେତେବେଳେ ସେମାନଙ୍କର ଷ୍ଟ୍ରଗଲକୁ ନେଇ ତ’ ଆଉ କେବେ ସେମାନଙ୍କ ଉପରେ ଲୋକମାନେ ଅତ୍ୟାଚାର କରୁଥିବା ଭିଡିଓ ଦେଖିବାକୁ ମିଳୁଛି । ନିକଟରେ ଜଣେ ଯୁବତୀ ବିଚ୍ ରାସ୍ତାରେ ଜଣେ ଜୋମାଟୋ ଏଜେଣ୍ଟଙ୍କୁ ମାଡ଼ ମାରୁଥିବା ଦେଖିବାକୁ ମିଳିଛି । ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟିକୁ ଜଣେ ଟ୍ୱିଟର ବ୍ୟବହାରକାରୀ ୦୪ ପୋଷ୍ଟ କରିଛନ୍ତି ।

ଭିଡିଓରେ ଡେଲିଭରି ବଏ, ଯୁବତୀ ଓ ତାଙ୍କ ସହ କିଛି ଲୋକ ସେଠାରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଡେଲିଭରି ପାର୍ଟନରଙ୍କୁ ଯୁବତୀଜଣକ ବାରମ୍ବାର ମାଡ଼ ମାରିଥିଲେ । ଏହା ପରେ ରାଗ ଶାନ୍ତ ହେଲାନି , ସେ ତାଙ୍କଠାରୁ ଖାଇବା ଛଡ଼ାଇ ନେଇଥିଲେ ଓ ପରେ ଚପଲରେ ମାଡ଼ ମାରିଥିଲେ । ଘଟଣା ସମୟରେ ସେଠାରେ ଥିବା କେହି ଜଣେ ଏହି ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରିଥିଲେ ଓ ପରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଖାଦ୍ୟ ଅର୍ଡର କରିଥିବା ବ୍ୟକ୍ତି ତାଙ୍କ ଟ୍ୱିଟ୍ ମାଧ୍ୟମରେ ଏହା ବିଷୟରେ କହିଛନ୍ତି । ସେ ଟ୍ୱିଟରେ ଲେଖିଛନ୍ତି ଯେ, ‘ହାଏ ଜୋମାଟୋକେୟାର ଜୋମାଟୋ, ମୋ ଅର୍ଡର ଦେବା ସମୟରେ ଡେଲିଭରି କାର୍ଯ୍ୟନିର୍ବାହୀଙ୍କୁ ଆକ୍ରମଣ କରାଯାଇଥିଲା । କିଛି ମହିଳା ତାଙ୍କଠାରୁ ଖାଇବା ଅର୍ଡର ନେଇ ଜୋତା ସାହାଯ୍ୟରେ ତାଙ୍କୁ ମାରିବା ଆରମ୍ଭ କରିଥିଲେ । ସେ କାନ୍ଦି କାନ୍ଦି ମୋ ଘରକୁ ଆସିଥିଲେ ଓ ଚାକିରି ଚାଲିଯିବାକୁ ନେଇ ଭୟ କରିଥିଲେ ।’

ଏହି ଘଟଣା ଅଗଷ୍ଟ ୧୬ ରେ ଘଟିଥିବା କୁହାଯାଉଛି, କିନ୍ତୁ ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଏହା ଦେଖିବାକୁ ମିଳେ ଯେ ମହିଳା ଜଣଙ୍କ ହାତରେ ଜୋତା ଧରି ଜୋମାଟୋ ଡେଲିଭରି ଏଜେଣ୍ଟକୁ ମାଡ ମାରୁଛନ୍ତି । ଘଟଣାକୁ ଦେଖିବା ପରେ ଲୋକମାନେ ଜୋମାଟୋ ବଏଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି ।

Get real time updates directly on you device, subscribe now.