ନୁଆଦିଲ୍ଲୀ: ଫୁଡ୍ ଡେଲିଭରୀ କମ୍ପାନୀ ଜୋମାଟୋ ଏହାର ଡେଲିଭରୀ ପାର୍ଟନର ପିଲାମାନଙ୍କ ଶିକ୍ଷା ପାଇଁ ୭୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଘୋଷଣା କରିଛି । କମ୍ପାନୀ ପ୍ରତିଷ୍ଠାତା ତଥା ସିଇଓ ଦୀପିନ୍ଦର ଗୋୟେଲ କର୍ମଚାରୀଙ୍କ ସହ ଏକ ଆଭ୍ୟନ୍ତରୀଣ ବୈଠକରେ କହିଛନ୍ତି ଯେ ସେ ଜୋମାଟୋ ଫ୍ୟୁଚର ଫାଉଣ୍ଡେସନକୁ ସମ୍ପୂର୍ଣ୍ଣ ରାଶି ଦାନ କରିବେ।
ସମସ୍ତ ଡେଲିଭରୀ ପାର୍ଟନରଙ୍କ ଦୁଇ ପିଲାଙ୍କ ଶିକ୍ଷା ପାଇଁ ଫାଉଣ୍ଡେସନ ବାର୍ଷିକ ୫୦,୦୦୦ ଟଙ୍କା ପ୍ରଦାନ କରିବ ଯିଏ କମ୍ପାନୀ ସହିତ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ରହିଆସିଛି ଏବଂ ଯଦି ପାର୍ଟନର କମ୍ପାନୀ ସହିତ ୧୦ ବର୍ଷ ପୂରଣ କରିଥାନ୍ତି ତେବେ ତାଙ୍କ ପିଲାଙ୍କ ପାଇଁ କମ୍ପାନୀ ବାର୍ଷିକ ୧ ଲକ୍ଷ ଟଙ୍କା ପ୍ରଦାନ କରିବ।
ତେବେ ମହିଳା ପାର୍ଟନରଙ୍କ କ୍ଷେତ୍ରରେ ୫ ଏବଂ ୧୦ ବର୍ଷ ସମୟସୀମାରେ କୋହଳ କରାଯିବ । ଏହା ସହିତ ଝିଅ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିବ ଏବଂ ଝିଅ ପିଲାଏ ଦ୍ୱାଦଶ ଶ୍ରେଣୀ ସମାପ୍ତ କରିବା ସହିତ ସ୍ନାତକୋତ୍ତର କରନ୍ତି ତେବେ ତାଙ୍କୁ ସ୍ୱତନ୍ତ୍ର ଭାବରେ “ପୁରସ୍କାର ରାଶି’ ମଧ୍ୟ ପ୍ରଦାନ କରାଯିବ।
ଏହା ବାଦ୍ କମ୍ପାନୀ ଉଚ୍ଚଶିକ୍ଷା ପାଇଁ ମେଧାବୀ ଛାତଛାତ୍ରୀଙ୍କୁ ସ୍କଲାରଶିପ ମଧ୍ୟ ପ୍ରଧାନ କରିବ । ସେହିପରି କାର୍ଯ୍ୟ କରୁଥିବା ସମୟରେ ପାର୍ଟନର ଯଦି ଦୁର୍ଘଟଣା ପରି କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ତାଙ୍କ ପରିବାର ପାଇଁ ଆର୍ଥିକ ସହାୟତା ସହିତ ପିଲାମାନଙ୍କୁ ଉଚ୍ଚଶିକ୍ଷା ବୃତ୍ତି ପ୍ରଦାନ କରିବ ।