fbpx

୧୮ ଜିବି RAM ଏବଂ ୧୦୦୦ ଜିବି ଷ୍ଟୋରେଜ ସହ ଲଞ୍ଚ ହେବ ଏହି ସ୍ମାର୍ଟଫୋନ… ଜାଣନ୍ତୁ କ’ଣ ଏହାର ନାମ

ନୂଆଦିଲ୍ଲୀ: ZTE ନିଜ ସ୍ମାର୍ଟଫୋନ Axon 30କୁ  ଅପଗ୍ରେଡ କରିବାକୁ ଯାଉଛି । କମ୍ପାନୀ ଚଳିତ ମାସରେ ୨୫ ତାରିଖରେ Axon 30 Ultra ଲଞ୍ଚ କରିବାକୁ ଯାଉଛି । ଯାହା ଏକ ଫ୍ଲାଗସିପ୍ ମଡେଲ ହେବ । ଏହି ଫୋନର ବିଶେଷତ୍ୱ ହେଉଛି ଏହାର ମେମୋରୀ । ଯାହା ଦୁନିଆର କୌଣସି ସ୍ମାର୍ଟଫୋନଠାରୁ ଆଗରେ ରହିବ ।

କମ୍ପାନୀ ଏହାର ଏକ ଟିଜର ଜାରି କରିଛି । ଏହି ଟିଜର ଅନଯାୟୀ ZTE Axon 30 Ultra Space ଏଡିସନରେ 18GB RAM ଏବଂ 1 TB ଇଣ୍ଟରନାଲ ଷ୍ଟୋରେଜ ରହିବ । ୧ ଟିବି ଅର୍ଥାତ ୧୦୨୪ ଜିବି । ଦୁନିଆର କୌଣସି ସ୍ମାର୍ଟଫୋନରେ ଏତେ ଅଧିକ ଇଣ୍ଟରନାଲ ଷ୍ଟୋରେଜ ଦିଆଯାଇନାହିଁ । ତେବେ ଏହି ସ୍ମାର୍ଟଫୋନ କେବଳ କିଛି ସୀମିତ ସଂଖ୍ୟାରେ ଉପଲବ୍ଧ ହେବ । ଆଗାମୀ ସପ୍ତାହରେ ଏହାର ଦାମ ଏବଂ ଉପଲବ୍ଧତା ବିଷୟରେ ଜଣାପଡ଼ିବ ।

ତେବେ ବଡ଼ ମେମୋରୀ ସ୍ପେସ ଛଡ଼ା ଏହି ଫୋନରେ ଆହୁରି ଅନେକ ଫିଚର୍ସ ରହିଛି । ଯେମିତିକି ୧୪୪ହର୍ଜର ରିଫ୍ରେଶ ରେଟ ଯାହା ଗେମିଙ୍ଗ ପାଇଁ ଖାସ୍ ଅଟେ । ଏଥିରେ ୬.୬୭ ଇଞ୍ଚର ଡିସପ୍ଲେ ରହିଛି । Qualcomm Snapdragon 888 ଚିପସେଟର ବ୍ୟବହାର କରାଯାଇଛି । ଏଥିରେ LPDDR5 RAM ବ୍ୟବହାର କରାଯାଇଛି । କ୍ୟାମେରା ବିଷୟରେ କହିଲେ ଏଥିରେ କ୍ୱାଡ ରିୟର କ୍ୟାମେରା ଦିଆଯାଇଛି । ଯେଉଁଥିରେ ୬୪ ମେଗାପିକ୍ସଲର ମେନ କ୍ୟାମେରା, ୬୪ ମେଗାପିକ୍ସଲର ୱାଇଡ ଆଙ୍ଗେଲ, ୬୪ ମେଗାପିକ୍ସଲର ଅଲ୍ଟ୍ରା-ୱାଇଡ ସୁଟର କ୍ୟାମେରା ରହିଛି । ଏହା ସହ ୮ ମେଗାପିକ୍ସଲର ଟେଲିଫୋଟୋ ଲେନ୍ସ ଦିଆଯାଇଛି । ଏପର୍ଯ୍ୟନ୍ତ କୌଣସି ବି ସ୍ମାର୍ଟଫୋନରେ ସବୁ କ୍ୟାମେରାରେ ୬୪ ମେଗାପିକ୍ସଲ ଦିଆଯାଇନାହିଁ । ସେଲ୍ଫି ପାଇଁ ୧୬ ମେଗାପିକ୍ସଲର କ୍ୟାମେରା ଦିଆଯାଇଛି । ଏଥିରେ 40Wର ଫାଷ୍ଟ ଚାର୍ଜିଂ ସହ 4600 mAh ବ୍ୟାଟେରୀ ଦେଖିବାକୁ ମିଳିବ ।

Get real time updates directly on you device, subscribe now.