fbpx

ଏହା ହେଉଛି ଭାରତର ଲୋକପ୍ରିୟ ପାସୱାର୍ଡ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ହେଉଥିବା ସାଇବର ଠକେଇର ବଞ୍ଚିବା ପାଇଁ ପୋଲିସ ଏବଂ ସାଇବର ଏକ୍ସପର୍ଟମାନେ ଷ୍ରଙ୍ଗ୍ ପାସୱାର୍ଡ ବ୍ୟବହାର କରିବାକୁ ପରାମର୍ଶ ଦେଉଛନ୍ତି । ଏକ ଷ୍ଟ୍ରଙ୍ଗ ପାସୱାର୍ଡ ଥିଲେ କୌଣସି ଫୋନ୍ ହେଉ କିମ୍ବା ଆକାଉଣ୍ଟକୁ ହ୍ୟାକ କରିବା ସହଜ ହୋଇନଥାଏ । ତେଣୁ ଏକ ଷ୍ଟ୍ରଙ୍ଗ୍ ପାସୱାର୍ଡ ହେବା ବହୁତ ଜରୁରୀ ଅଟେ ।

କିନ୍ତୁ ନିକଟରେ ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଭାରତରେ ବ୍ୟବହାର ହେଉଥିବା ପାସୱାର୍ଡ ବହୁତ ଦୁର୍ବଳ ଯାହାକୁକି ସହଜରେ ହ୍ୟାକ କରିହେବ । NordPass ଦ୍ୱାରା କରାଯାଇଥିବା ଅନୁସନ୍ଧାନର ଜଣାପଡ଼ିଛି ଭାରତରେ ଲୋକମାନେ କେଉଁଭଳି ପାସୱାର୍ଡ ବ୍ୟବହାର କରିଥାନ୍ତି । ପାସୱାର୍ଡକୁ ନେଇ ଲୋକେ ଏବେବି ସଚେତନ ହେଉନାହିଁନ୍ତି । ଏହାର ସବୁଠାରୁ ବଡ଼ ଉଦାହରଣ ହେଲା ଭାରତରେ ସବୁଠୁ ଲୋକପ୍ରିୟ ପାସୱାର୍ଡ ହେଉଛି ପାସୱାର୍ଡ । କେବଳ ଭାରତରେ ନୁହେଁ ବରଂ ଜାପାନରେ ମଧ୍ୟ  ଏହି ପାସୱାର୍ଡ ଖୁବ ଲୋକପ୍ରିୟ । ଭାରତର ଅନ୍ୟ ଲୋକପ୍ରିୟ ପାସୱାର୍ଡ ହେଉଛି ଆଇଲଭୟୁ, କ୍ରିଷ୍ଣା, ସାଇରାମ, ଓମସାଇରାମ ।

ନର୍ଡପାସ ଅନୁଯାୟୀ ଭାରତରେ ୧୨୩୪୫ ଏବଂ QWERTY ସବୁଠାରୁ ଉପରେ ରହିଛି । ତେବେ ଏହା ଭାରତରେ ନୁହେଁ ସାରା ବିଶ୍ୱରେ ଲୋକପ୍ରିୟ ଅଟେ । ନର୍ଡପାସ୍ ଅନୁଯାୟୀ ଭାରତରେ ଲୋକେ ଉଭୟ ଉଭୟଙ୍କ ନାଁ କୁ ମଧ୍ୟ ପାସୱାର୍ଡ କରିଥାନ୍ତି । ଭାରତରେ ସ୍ୱିଟହାର୍ଟ, ଲଭଲୀ, ସନସାଇନ ଏବଂ ଆଇଲଭୟୁ ଭଳି ପାସୱାର୍ଡ ମଧ୍ୟ ଅଧିକ ଲୋକପ୍ରିୟ ।

ରସର୍ଚ୍ଚରୁ ଏହି ଫଳାଫଳ ଆସିଛି ଯେ ଲୋକପ୍ରିୟ ପାସୱାର୍ଡ ଗୁଡ଼ିକ ଅଧିକ ଦୁର୍ବଳ ହୋଇଥାନ୍ତି । ଯାହାକୁ ସହଜରେ ହ୍ୟାକ କରିବା ସମ୍ଭବ ହୋଇଥାଏ । ନର୍ଡପାସର ସିଇଓ ଜୋନସ କାର୍କଲିସ କହିଛନ୍ତି ଲଗାତାର ଭାବରେ ପାସୱାର୍ଡ ଦୁର୍ବଳ ହେବାରେ ଲାଗିଛି ଏବଂ ଲୋକମାନେ ଏବେବି ଠିକ୍ ଭାବରେ ପାସୱାର୍ଡ ରଖୁନାହାଁନ୍ତି । ଏକା ପାସୱାର୍ଡକୁ ସବୁ ଆକାଉଣ୍ଟରେ ବ୍ୟବହାର କରିବା ଅସୁବିଧାର କାରଣ ହୋଇପାରେ । ଯଦି ଆପଣ ଦୁର୍ବଳ ପାସୱାର୍ଡ ବ୍ୟବହାର କରୁଛନ୍ତି ତାହାକୁ ବଦଳାଇ ଦିଅନ୍ତୁ ଏବଂ ଏକ ଷ୍ଟ୍ରଙ୍ଗ ପାସୱାର୍ଡ ତିଆରି କରନ୍ତୁ ।

Get real time updates directly on you device, subscribe now.