fbpx

୭୦୦ ଟଙ୍କାରେ ମିଳିବ ରେଡମୀ ସ୍ମାର୍ଟଫୋନ୍: ଜାଣନ୍ତୁ କଣ ରହିଛି ସର୍ତ୍ତ

ନୂଆଦିଲ୍ଳୀ: ମାତ୍ର ୭୦୦ ଟଙ୍କାରେ ମିଳିବ ରେଡମୀ ସ୍ମାର୍ଟଫୋନ୍ । ଆମାଜନ ପକ୍ଷରୁ ଏପରି ଏକ ଆକର୍ଷଣୀୟ ଅଫର ପ୍ରଦାନ କରାଯାଇଛି । ଆମାଜନ ପକ୍ଷରୁ ସ୍ମାର୍ଟଫୋନ୍ ଅପଗ୍ରେଡ ଡେ ଜରିଆରେ ଗ୍ରାହକ ମାନଙ୍କୁ ଏହି ଅଫର ପ୍ରଦାନ କରାଯାଇଛି । ଏହି ଅଫର ଜରିଆରେ ଗ୍ରାହକଙ୍କୁ ଭିନ୍ନ ଭିନ୍ନ ସ୍ମାର୍ଟ ଫୋନ୍ ବ୍ରାଣ୍ଡ ଉପରେ ପ୍ରାୟ ୪୦ ପ୍ରତିଶତ ଡିସକାଉଣ୍ଟ ପ୍ରଦାନ କରାଯାଇଛି । ଏହା ସହିତ ସିଟିବ୍ୟାଙ୍କର କ୍ରେଡିଟ ଅଥବା ଡେବିଟ କାର୍ଡ ଜରିଆରେ ଅତିରିକ୍ତ ୧୦ ପ୍ରତିଶତର ରିହାତି ମିଳିଥାଏ । ଆସନ୍ତା ୧୬ ନଭେମ୍ବରରୁ ୨୦ ନଭେମ୍ବର ପର୍ଯ୍ୟନ୍ତ ଏହି ଅଫରର ଫାଇଦା ମିଳିବ ।

ରେଡମୀ-୯ ମଡେଲର ସ୍ମାର୍ଟଫୋନ ଯାହାର ପ୍ରକୃତ ମୂଲ୍ୟ ୯୪୯୯ ଟଙ୍କା ରହିଛି । ବର୍ତ୍ତମାନ ଏହାର ମୂଲ୍ୟ ୮୯୯୯ ଟଙ୍କା ରହିଛି । ଯଦି ଆପଣ ପେ ଲ୍ୟାଟର ବିକଳ୍ପ ଚୟନ କରୁଛନ୍ତି ତାହେଲେ ତୁରନ୍ତ ୧୦୦ ଟଙ୍କା ଡିସକାଉଣ୍ଟ ମିଳିଥାଏ । ତେବେ ଯଦି ଆପଣ ନିଜର ପୁରୁଣା ସ୍ମାର୍ଟ ଫୋନ୍ ପରିବର୍ତ୍ତନ କରନ୍ତି ତାହେଲେ ଆପଣଙ୍କୁ ୮୩୦୦ ଟଙ୍କା ଯାଏଁ ରିହାତି ମିଳିବ । ଉଲ୍ଲେଖଯୋଗ୍ୟ ଯେ, ରେଡମୀ ନୋଟ-୯ ଫୋନରେ ୪ ଜିବି ରାମ ସହିତ ୬୪ ଜିବି ରମ ରହିଛି । ଏହା ସହିତ ୫ ହଜାର ଏମଏଏଚର ବ୍ୟାଟେରୀ ରହିଛି । ଏହି ଫୋନରେ ୫ଜିବିର ଫ୍ରଣ୍ଟ କ୍ୟାମେରା ଏବଂ ୧୩ ଏମପିର ବ୍ୟାକ କ୍ୟାମେରା ରହିଛି ।

Get real time updates directly on you device, subscribe now.