NATIONALTOP STORIES

ବିମାନରେ ଯାତ୍ର କରୁଥିଲେ ଆପଣଙ୍କୁ ମିଳିବ ଏସବୁ ସୁବିଧା ! ଜାଣି ରଖନ୍ତୁ କଣ ରହିଛି

ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏୟାରଲାଇନ୍ସ ଗୁଡ଼ିକ ପାଇଁ ଏକ ନୂଆ ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି। ଯଦି ସେହି ଚିଠା ପ୍ରସ୍ତାବକୁ ମଞ୍ଜୁରି ମିଳିବ ତେବେ ଯାତ୍ରୀମାନେ ଏହି ସବୁ ସୁବିଧା ପାଇବେ:

  • ଟିକଟ ବୁକିଙ୍ଗ କରିବାର ୨୪ ଘଣ୍ଟା ଭିତରେ ତାହାକୁ ବାତିଲ କଲେ କୌଣସି କ୍ୟାନ୍‌ସେଲେସନ୍‌ ଚାର୍ଜ (ବାତିଲ ଶୁଳ୍କ) ଗଣିବାକୁ ପଡ଼ିବନି ।
  • ବିମାନ ଛାଡ଼ିବାର ୯୬ ଘଣ୍ଟା କିମ୍ବା ୪ ଦିନ ପୂର୍ବରୁ ଟିକଟ ବାତିଲ କରିବା ଦରକାର ।
  • ବିମାନ କଂପାନି ଯଦି ୨୪ ଘଣ୍ଟା ପୂର୍ବରୁ ଉଡ଼ାଣ ବିଳମ୍ବ ବିଷୟରେ ସୂଚନା ଦେବେ ତେବେ ଯାତ୍ରୀଙ୍କୁ ଟଙ୍କା ଫେରସ୍ତ କରିବ। ଯବି ବିମାନ ୪ ଘଣ୍ଟା ବିଳମ୍ବ ଥିବ ତେବେ ପୁରା ଅର୍ଥ ଫେରାଇବ।
  • ପ୍ରଥମ ବିମାନ ବିଳମ୍ବ ଯୋଗୁଁ କନେକ୍ଟିଂ ବିମାନରେ ଯାତ୍ରା କରିବାରୁ ଯଦି ଯାତ୍ରୀ ବଞ୍ଚିତ ହୁଅନ୍ତି ତେବେ ସେଥିପାଇଁ ୫-୨୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦିଆଯିବ ।
  • ଯଦି ବିମାନ ବିଳମ୍ବ ଯୋଗୁଁ ଯାତ୍ରୀଙ୍କୁ ତା’ ପରଦିନ ଯାତ୍ରା କରିବାକୁ ପଡ଼େ ତେବେ କଂପାନି ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ହୋଟେଲ୍‌ ରହଣୀର ବ୍ୟବସ୍ଥା କରିବାକୁ ପଡ଼ିବ ।
  • ଯଦି ବିମାନଟି ପାର୍କିଂ ସ୍ଥଳରେ ଏକ ଘଣ୍ଟାରୁ ଅଧିକ ସମୟ ରହିବ ତେବେ ଯାତ୍ରୀମାନଙ୍କୁ ପର୍ଯ୍ୟାନ୍ତ ପରିମାଣର ସ୍ନାକ୍ସ ଓ ମୃଦୁ ପାନୀୟ ଦେବାକୁ ହେବ ।
  • ପାର୍କିଂ ସ୍ଥଳରେ ବିମାନଟି ଦୁଇ ଘଣ୍ଟାରୁ ଅଧିକ ସମୟ ରହିଲେ ଯାତ୍ରୀଙ୍କୁ ଓହ୍ଲାଇବାର ସୁଯୋଗ ପ୍ରଦାନ କରାଯିବ ।
Show More

Related Articles

Leave a Reply

Your email address will not be published. Required fields are marked *

Close