ODISHATOP STORIES

୧୮ରେ ତିତ୍ଲି କ୍ଷତିଗ୍ରସ୍ତ ଅଞ୍ଚଳକୁ ଯିବେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୬ା୧୦, (ଓଡ଼ିଶା ଭାସ୍କର) : ତିତ୍ଲି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିôବା ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୧୮ ତାରିଖରେ ଗସ୍ତ କରିବେ ବୋଲି ସୂଚନା ମିଳିଛି । ସେ ଗଜପତି ଜିଲ୍ଳାର ଗଙ୍ଗାବାଡ ପଞ୍ଚାୟତ ବାରଘର ଗସ୍ତରେ ଯାଇ ସେଠାରୁ ଗଞ୍ଜାମର ଆସିକା ଏବଂ ତାର ଆଖପାଖ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିବେ । ସୂଚନାଯୋଗ୍ୟ ଯେ, ତିତ୍ଲି ବାତ୍ୟା ଓ ତା ପରେ ଲଗାଣବର୍ଷା ତଥା ତତ୍ପରିବର୍ତ୍ତୀ ବନ୍ୟାରେ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ବ୍ୟାପକ କ୍ଷତି ଘଟିଛି । ଏହି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାୟ ୪୫ରୁ ଉଦ୍ଧ୍ୱର୍ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିବା ବେଳେ ରାଜ୍ୟ ସରକାର ପ୍ରକୃତ ତଥ୍ୟ ଲୁଚାଉଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ସରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ କେତେ ପରିମାଣର ସମର୍ଥ ହୋଇଛନ୍ତି ସେ ନେଇ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବାକୁ ଶ୍ରୀ ପ୍ରଧାନ ଯାଉଥିବା ଦଳ ପକ୍ଷରୁ କୁହାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close