fbpx

ଦଣ୍ଡନାଚ ଦେଖିବାକୁ ଆସିଥିବା ନାବାଳିକାକୁ ଅସଦାଚରଣ କଲେ ଯୁବକ, ଥାନାରେ ଅଭିଯୋଗ କଲେ ପୀଡିତା…

Advertisement

ରଣପୁର (ଭାସ୍କର ନ୍ୟୁଜ୍‌): ନୟାଗଡ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ କୁଳାସର ଗ୍ରାମର ଜଣେ ଯୁବକ ନାବାଳିକାକୁ ଅସଦାଚରଣ କରିଥିବା ଅଭିଯୋଗରେ ପୋଲିସ କୁଳାସର ଗ୍ରାମର ଆଲୋକ ମହାରଣା (୨୫)କୁ ଗିରଫ କରିଛି । ନାବାଳିକା ଜଣକ ଦଣ୍ଡନୃତ୍ୟ ଦେଖିବାକୁ ଯାଇଥିବା ବେଳେ ସେହି ଗ୍ରାମର ଆଲୋକ ଅସଦାଚରଣ କରିଥିଲା ବୋଲି ପୀଡିତାର ମା ରାଜସୁନାଖଳା ଫାଣ୍ଡିରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଥିବା ବେଳେ ସେ ଫେରାର ଥିଲା ।

ସୂଚନା ମୁତାବିକ, କୁଳାସର ଗାଁରେ ଦଣ୍ଡନାଚ ଚାଲିଥିବା ବେଳେ ନାବାଳିକା ଜଣ ମଧ୍ୟ ଦଣ୍ଡନୃତ୍ୟ ଦେଖିବାକୁ ଆସିଥିଲେ। ସେଠାରେ ଦଣ୍ଡନାଚ ଦେଖିବାକୁ ଆସିଥିବା ଯୁବକ ଜଣକ ନାବାଳିକାକୁ ଅସଦାଚାରଣ କରିଥିଲେ।  ସେଠାରୁ ନାବାଳିକ ଜଣକ ଘରକୁ ଫେରିବା ପାରେ ମାଙ୍କୁ ଏସମ୍ପର୍କ ସବୁ କହିଥିଲେ। ପରେ ପୀଡିତାଙ୍କ ଥାନାରେ ଲିଖିତ ଅଭିଯେଗା କରିଥିଲେ। ପୋଲିସ ତୁରନ୍ତ ଆକ୍ସନ ନେଇ ଉକ୍ତ ଅଭିଯୁବକୁ ଧରିବା ଚଢ଼ଉ ଆରମ୍ଭ କରିଥିଲ। ପୋଲିସ ଖୋଜଥିବା ନେଇ ଅଭିଯୁକ୍ତ ଯୁବକ ଜାଣିପାରି ଫେରାର ହୋଇଯାଇଥିବା ସୂଚନା ମିଳିଛି।

Get real time updates directly on you device, subscribe now.