fbpx

ବିନା ପଇସାରେ ନିଅନ୍ତୁ ନାହିଁ ଏହି ଜିନିଷ, ଜୀବନ ଉପରେ ପଡ଼ିପାରେ ପ୍ରଭାବ, ହୋଇପାରେ ସମସ୍ୟା….

ଶାସ୍ତ୍ରରେ କିଛି ଏଭଳି ଜିନିଷ ବିଷୟରେ କୁହାଯାଇଛି ଯାହାକୁ ଆମେ ବିନା ପଇସାରେ ଅନ୍ୟଠାରୁ ନେଉ ତେବେ ଆମ ଜୀବନରେ ଧନ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ବିନା ପଇସାରେ ବା ମାଗଣାରେ ଏପରି କିଛି ଜିନିଷ ଆଣନ୍ତୁ ନାହିଁ ଯାହା ଆପଣଙ୍କୁ ଅସୁବିଧାରେ ପକାଇଥାଏ ଦୈନନ୍ଦିନ ଜୀବନରେ ଆମେମାନେ ବେଳେବେଳେ କିଛି ଏଭଳି ଭୁଲ କରି ବସିଥାଉ ଯାହାର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ । ନିଜ ଅଜାଣତରେ ଆମେ ଏଭଳି କିଛି ଜିନିଷ ଅନ୍ୟଠାରୁ ନେଇଥାଉ ଯାହାର ପ୍ରଭାବରେ ଆମ ଜୀବନ ଅସ୍ତବ୍ୟସ୍ତ ହୋଇଯାଏ ଓ ଆମକୁ ଅସୁବିଧାରେ ପକାଇଥାଏ ।

ଲୁହା

ଲୁହାର ସମ୍ବନ୍ଧ ଶନିଦେବଙ୍କ ସହିତ ରହିଛି । ଲୁହାର ଦାନକୁ କୁହାଯାଏ ଶନିଙ୍କ ଦାନ ଆପଣ ନେବା ସହିତ ସମାନ । ଯାହାଠୁ ଆପଣ ଲୁହାଜିନିଷ ନେଉଛନ୍ତି ମନେ ରଖନ୍ତୁ ପଇସା ଦେଇ ନେବା ଆବଶ୍ୟକ ।

ଲୁଣ

ଖାଦ୍ୟରେ ଯେତେ ମସଲା ପକାଇଲେ ମଧ୍ୟ ବିନା ଲୁଣରେ ତାହା ସ୍ୱାଦ ହୀନ ଅଟେ । ଜାଣି ରଖନ୍ତୁ ଯେ ଲୁଣକୁ କେବେବି ବିନା ପଇସାରେ କାହା ଠାରୁ ନେବା ଉଚିତ ନୁହେଁ ।ଏଭଳି କରିବା ଅଶୁଭ ଅଟେ ,କାରଣ ଲୁଣର ସମ୍ବନ୍ଧ ଶନିଙ୍କ ସହିତ ରହିଛି । ବିନା ପଇସାରେ ଲୁଣ ନେବା ଦ୍ୱାରା ଘରେ ରୋଗ ଓ ଋଣ ପ୍ରବେଶ କରିଥାଏ ଓ ଶନି ଙ୍କ କୋପ ଆପଣଙ୍କ ଜୀବନକୁ ସ୍ୱାଦ ହୀନ କରିଦିଏ ।

ରୁମାଲ

କେବେବି ବିନା ପଇସାରେ କାହାରି ନିକଟରୁ ରୁମାଲ ନେବା ଉଚିତ ନୁହେଁ ।ରୁମାଲ ଭଳି ଗୋଟିଏ ଛୋଟ ଜିନିଷ ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ । ରୁମାଲ କାହାକୁ ଉପହାର ଭାବରେ ଦେବା ଉଚିତ ନୁହେଁ ।

Get real time updates directly on you device, subscribe now.