fbpx

ଭାରତରେ ସନାତନ ସିଦ୍ଧାନ୍ତଙ୍କୁ ପୁନର୍ଜୀବିତ କରାଯିବାର ଆବଶ୍ୟକତା ରହିଛି: ରାଜ୍ୟପାଳ

ଶାହଜହାଁପୁର: ନିଜର ପ୍ରାଚୀନ ସଂସ୍କୃତିକୁ ପୁନର୍ଜୀବିତ କରିବା ଏବଂ ସନାତନ ଧର୍ମର ସିଦ୍ଧାନ୍ତଙ୍କୁ ଫେରିବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ। ଶନିବାର ଏକ କାର‌୍ୟ୍ୟକ୍ରମରେ ରାଜ୍ୟପାଳ କହିଛନ୍ତି, ସନାତନ ସିଦ୍ଧାନ୍ତ ଶିକ୍ଷା ବିନା ମୂଳ ସଂସ୍କୃତିର ମୂଲ୍ୟ କିଛି ନୁହେଁ। ଏଥିପାଇଁ ସମସ୍ତଙ୍କୁ ନିରନ୍ତର ଜ୍ଞାନ ପ୍ରାପ୍ତି ପାଇଁ ଉଦ୍ୟମ କରିବା ଉଚିତ୍। ଶିକ୍ଷା ଏବଂ ସଂସ୍କାର ଏମିତି ହେବା ଉଚିତ୍, ଯାହା ରୋଜଗାର ଦେବାକୁ ସକ୍ଷମ ହେବା ସହ ସମାଜରେ ସମନ୍ଵୟ ସ୍ଥାପିତ କରି ପାରିବ।

ଶାହଜହାଁପୁର ଜିଲ୍ଲାରେ କଲାନ ଟାଉନରେ ଏକ ସ୍କୁଲର ଉଦଘାଟନ କରିବା ପରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରି ଖାନ କହିଛନ୍ତି, ଆମ ସମସ୍ତଙ୍କୁ ନିଜର ପୁରୁଣା ସଂସ୍କୃତିକୁ ଜୀବନ୍ତ ରଖିବା ଉଚିତ୍। ପୁରୁଣା ସଂସ୍କୃତିକୁ ଜୀବନ୍ତ ଏଥିପାଇଁ ରଖିବା ନାହିଁ ଯେ, ଆମେ ପଛକୁ ଫେରିବା ବରଂ ଏଥିପାଇଁ ଜୀବନ୍ତ ରଖିବା କାରଣ ଆମକୁ ସନାତନକୁ ଫେରାଇ ଆଣିବାକୁ ପଡିବ। ଏହା ଶିକ୍ଷା ବିନା ସମ୍ଭବ ନୁହେଁ। ରାଜ୍ୟପାଳ ସ୍ଵାମୀ ବିବେକାନନ୍ଦଙ୍କ କଥନକୁ ଉଲ୍ଲେଖ କରି କହିଛନ୍ତି, ମାନବ ଜୀବନର ଉଦ୍ଦେଶ୍ୟ ଜ୍ଞାନ ପ୍ରାପ୍ତ କରିବା। ଆଉ ଯାହାଙ୍କଠାରେ ବିନମ୍ରତା ରହିଛି, ସେହି ବ୍ୟକ୍ତିଙ୍କୁ କେହି କେବେ ନିଚ୍ଚ ଦେଖାଇ ପାରିବ ନାହିଁ।

ରାଜ୍ୟପାଳ ନିଜ ଭାଷଣରେ କହିଛନ୍ତି, ଭାରତ ବିଭିନ୍ନ ସମୁଦାୟର ସମୂହ। ଏଠାରେ ସମସ୍ତ ଧର୍ମର ସମ୍ମାନଏ ବଂ ଭାଗିଦାରୀ ରହିଛି। ଆମ ଦେଶ ସର୍ବଦା ସତ୍ୟ ଏବଂ ଅହିଂସାର ପଥ ପ୍ରଦର୍ଶକ ରହି ଆସିଛି। ଜାତି, ଧର୍ମ ଏବଂ କ୍ଷେତ୍ରବାଦ ନାମରେ ପରସ୍ପର ବିଦ୍ଵେଷ ଏବଂ ପରସ୍ପରକୁ ନିଚ୍ଚ ଦେଖାଇବା ଆମ ବିରାସତରେ ନାହିଁ।

ଗୀତା, ଉପନିଷଦ ଏବଂ ବେଦର ଉଦାହରଣ ଦେଇ ସେ କହିଛନ୍ତି, ବିଦ୍ଵେଷ, ଘୃଣା ଏବଂ ଈର୍ଷାରେ ଆପଣ କେବେ ବି ଜିତି ପାରିବେ ନାହିଁ। ରାଜ୍ୟପାଳ କହିଛନ୍ତି, ବିଜୟ ତାର ହୋଇଥାଏ, ଯେଉଁଠି ଆପଣ ପ୍ରତିଦ୍ଵନ୍ଦ୍ଵୀଙ୍କୁ ହରାଇଥାନ୍ତି। ଜୟ ସେଠି ହୋଇଥାଏ, ଯେଉଁଠି କେହି ହାରନ୍ତି ନାହିଁ ଏବଂ ସମସ୍ତେ ଜିତନ୍ତି।

Get real time updates directly on you device, subscribe now.