fbpx

ସମ୍ବଲପୁର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ନିଲମ୍ବିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ରାଜନୀତି ଓ ସାଧାରଣ ପ୍ରଶାସନ ବିଭାଗର ସହକାରୀ ପ୍ରଫେସର ଡକ୍ଟର ରଜତ କୁଜୁର ନିଲମ୍ବିତ ହୋଇଛନ୍ତି । ବିଶ୍ୱବିଦ୍ୟାଳୟଙ୍କର କୁଳପତିଙ୍କ ନିର୍ଦ୍ଦେଶ ମତେ କୁଳ ସଚିବ ପ୍ରଫେସର କୁଜୁରଙ୍କୁ ନିଲମ୍ବନ କରିଛନ୍ତି । ସହକାରୀ ପ୍ରଫେସର ତାଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିବା ସହିତ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ପୋଷ୍ଟ କରିବା ନେଇ ପିଜି କାଉନସିଲ ଅଧ୍ୟକ୍ଷା ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ତଦନ୍ତ ପରେ ପ୍ରଫେସର କୁଜୁରଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.