fbpx

ଖରାପ ଷ୍ଟ୍ରାଇକ୍ ରେଟ୍ ଯୋଗୁଁ ଡିଫେନ୍ସ୍ ମିନିଷ୍ଟର୍ କହି କରିଲେ ଉପହାସ; ମୁହଁ ବନ୍ଦ କଲେ କେଏଲ୍ ରାହୁଲ

ମୁମ୍ଵାଇ: ଗତ ଶୁକ୍ରବାର ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ଇକାନା ଷ୍ଟାଡିୟମରେ ଖେଳିଥିଲେ, ଯେଉଁଥିରେ ଏଲ୍ ଏସ୍ ଜି ୬ ବଲ୍ ବାକି ଥାଇ ୮ ଓ୍ଵିକେଟ୍ ରେ ସହଜରେ ବିଜୟୀ ହୋଇଥିଲା। ଏହି ମ୍ୟାଚ୍ ରେ ଲକ୍ଷ୍ନୌ ଦଳର ଅଧିନାୟକ କେଏଲ୍ ରାହୁଲ ୫୩ ବଲ୍ ରେ ୮୩ ରନ୍ ର ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିଲେ, ଯେଉଁଥିରେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୫୪.୭୨ ଥିଲା। କିନ୍ତୁ ଏଲଏସଜି ବନାମ ଡିସି ମ୍ୟାଚର କିଛି ସମୟ ପରେ ରାହୁଲଙ୍କ ଷ୍ଟ୍ରାଇକ୍ ରେଟ୍ ୩୩ ବଲ୍ ରେ ତାଙ୍କର ଇନିଂସ ପାଇଁ ଉପହାସ ହୋଇଥିଲା।

ଲକ୍ଷ୍ନୌ ସୁପର ଜାଏଣ୍ଟସର ଏକ୍ସ ହ୍ୟାଣ୍ଡେଲରୁ ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି, ଯେଉଁଥିରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଶୁଭମ ରାହୁଲଙ୍କୁ କହିଥିଲେ ଯେ ସେ ପ୍ରତିରକ୍ଷା ମନ୍ତ୍ରୀ ହେବା ଉଚିତ୍ । ଏହାର ଜବାବରେ କେଏଲ୍ ରାହୁଲ କହିଥିଲେ ଯେ ଏବେ ତାଙ୍କ ଷ୍ଟ୍ରାଇକ୍ ରେଟ୍ କୁ ମଧ୍ୟ ଉପହାସ କରାଯିବ। ଭଲ କଥା ହେଉଛି କେଏଲ ରାହୁଲ କୌଣସି ବୟାନ ଦେଇନାହାନ୍ତି ବରଂ ନିଜ ବ୍ୟାଟ୍ ରେ ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି। ଲକ୍ଷ୍ନୌ ଏବଂ ଗୁଜରାଟ ମଧ୍ୟରେ ମ୍ୟାଚ୍ ପରେ କେଏଲ୍ ରାହୁଲ ଏଲ୍ ଏସ୍ ଜି ପାଇଁ ୩ଟି ମ୍ୟାଚ୍ ଖେଳିଛନ୍ତି।

ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏକ୍ସରେ ଏକ ପୁରୁଣା ମିମର ଫଟୋ ସେୟାର କରିବା ସହ କିଛି ପରିସଂଖ୍ୟାନ ମଧ୍ୟ ପ୍ରକାଶ କରିଛି। ରାହୁଲ ଗତ ୩ଟି ମ୍ୟାଚ୍ ରେ ୧୪୦ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ ରେ ବ୍ୟାଟିଂ କରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସେ ୨୨ ବଲ୍ ରେ ୧୭୭ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ ରେ ଖେଳି ୩୯ ରନ୍ କରିଥିଲେ। କେକେଆର୍ ବିପକ୍ଷ ମ୍ୟାଚ୍ ରେ ରାହୁଲ ୨୭ ବଲ୍ ରେ ୧୪୪.୪୪ ଷ୍ଟ୍ରାଇକ୍ ରେଟ୍ ସହ ୩୯ ରନ୍ କରିଥିଲେ। ଏବେ ନିକଟରେ ସିଏସ୍କେ ବିପକ୍ଷ ମ୍ୟାଚ୍ ରେ ସେ ୧୫୪.୭ ଷ୍ଟ୍ରାଇକ୍ ରେଟ୍ ରେ ୮୨ ରନ୍ କରିଥିଲେ।

 

 

Get real time updates directly on you device, subscribe now.