ମୃତ ଲୋକମାନଙ୍କୁ ମିଳିଛି ୨ କୋଟି ଟଙ୍କା ପେନ୍‌ସନ୍‌, ସରକାରୀ ଯୋଜନାରେ ଘୋଟାଲା କାଢିଲା ସିଏଜି ରିପୋର୍ଟ

ନୂଆଦିଲ୍ଲୀ: କଣ୍ଟ୍ରୋଲୋର ଏବଂ ଅଡିଟର ଜେନେରାଲ ଅଫ ଇଣ୍ଡିଆ(ସିଏଜି) ଅନେକ ସରକାରୀ ଯୋଜନାରେ ବଡ଼ ଘୋଟାଲାର ସନ୍ଧାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଜାତୀୟ ସାମାଜିକ ସହାୟତା ଯୋଜନା(ଏନ୍‌ଏସ୍‌ଏପି) ମାଧ୍ୟମରେ ବରିଷ୍ଠ ନାଗରିକ, ବିଧବା ମହିଳା ଏବଂ ଦିବ୍ୟାଙ୍ଗଗରିବ ସୀମାରେଖା ତଳେ(ବିପିଏଲ୍‌) ଥିବା ଲୋକମାନଙ୍କୁ ମିଳୁଥିବା ପେନସନ୍‌ରେ ବଡ଼ ଘୋଟାଲା ହୋଇଥିବା ଖୁଲାସା କରିଛନ୍ତି। ରିପୋର୍ଟ ଅନୁଯାୟୀ ୨୬ ଟି ରାଜ୍ୟରେ ସରକାର ୨,୧୦୩ ବ୍ୟକ୍ତିଙ୍କୁ ୨ କୋଟି ଟଙ୍କାର ପେନସନ୍ ସେମାନଙ୍କ ମୃତ୍ୟୁ ପରେ ପ୍ରଦାନ କରିଛନ୍ତି। ୨୦୧୭ ରୁ ୨୦୨୧ ସମୟର ତଥ୍ୟକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ଏନ୍‌ଏସ୍‌ଏପି ଗାଇଡଲାଇନ୍ ଅନୁଯାୟୀ ବ୍ୟକ୍ତି ବିେଶେଷଙ୍କର ମୃତ୍ୟୁ ହେଲେ, ଅନ୍ୟତ୍ର ସ୍ଥାନାନ୍ତର ହେଲେ କିମ୍ବା ଗରିବୀ ସିମାରେଖା ପାର୍ କଲା ପରେ ତାଙ୍କୁ ମିଳୁଥିବା ପେନ୍‌ସନ୍ ବନ୍ଦ କରି ଦିଆଯାଏ। ତେବେ ରିପୋର୍ଟ ଅନୁଯାୟୀ ଅନେକ ରାଜ୍ୟର ସ୍ଥାନୀୟ ପ୍ରଶାସନ ସଠିକ ସମୟରେ ବ୍ୟକ୍ତିଙ୍କର ମୃତ୍ୟୁ ରେକର୍ଡ କରିବାରେ ବିଫଳ ହୋଇଛି । ଯାହାଦ୍ୱାରା ବ୍ୟକ୍ତିଙ୍କର ମୃତ୍ୟୁ ପରେ ମଧ୍ୟ ସେମାନଙ୍କୁ ପେନ୍‌ସନ୍ ଟଙ୍କା ମିଳିଛି।

ଏହି ତାଲିକାରେ ପଶ୍ଚିମବଙ୍ଗ ପ୍ରଥମ ସ୍ଥାନରେ ରହିଥିବା ବେଳେ ପଛକୁ ଗୁଜରାଟ, ତ୍ରୀପୁରା ରହିଛି । ଯେଉଁଠି ୪୫୩ ଆକାଉଣ୍ଟରେ ୮୩.୨୭ ଲକ୍ଷ, ୪୧୭ ଆକାଉଣ୍ଟରେ ୧୧.୮୩ ଲକ୍ଷ ଏବଂ ୨୫୦ ଆକାଉଣ୍ଟରେ ୧.୮୩ ଲକ୍ଷ ଟଙ୍କା ପଦାନ କରାଯାଇଛି। ଏହିତାଲିକାରେ ମଣୀପୁର, ନିଜୋରମ ଏବଂ ପଡୁଚେରୀ ଶେଷରେ ରହିଛନ୍ତି।

ସେହିଭଳି ସିଏଜି ରିପୋର୍ଟ ଅନୁଯାୟୀ ୧୩ ରାଜ୍ୟରେ ୨.୪ ଲକ୍ଷରୁ ଅଧିକ ଉପଭୋକ୍ତାଙ୍କୁ ଏନ୍‌ଏସ୍‌ଏପି ଗାଇଡଲାଇନ୍ ଅନୁଯାୟୀ ୪୨.୮୫ କୋଟି ଟଙ୍କା କମ୍ ପ୍ରଦାନ କରାଯାଇଛି । ଅନ୍ୟପଟେ ମଣିପୁର, ମିଜୋରମ ଏବଂ ଜାମ୍ମୁ – କାଶ୍ମୀର ଭଳି ରାଜ୍ୟମାନେ ପେନସନ୍ ଉପଭୋକ୍ତା ମାନଙ୍କୁ ଲିମିଟ୍‌ରୁ ଅଧିକ ପେନସନ୍ ଟଙ୍କା ପ୍ରଦାନ କରିଛନ୍ତି ।

ଏନ୍‌ଏସ୍‌ଏପି ଗାଇଡଲାଇନ୍ ଅନୁଯାୟୀ ୮୦ ବର୍ଷରୁ କମ୍ ବୟସ୍କ ବ୍ୟକ୍ତି ମାନଙ୍କୁ ୨୦୦ ଏବଂ ୩୦୦ ଟଙ୍କା ପ୍ରଦାନ କରାଯିବ । ୮୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ମାନଙ୍କୁ ୫୦୦ ଟଙ୍କା ପ୍ରଦାନ କରାଯିବ । ତେବେ ଅନେକ ରାଜ୍ୟରେ ଏହା ମଧ୍ୟ ଦେଖିବାକୁ ମିଳିଛି ଯେ, ପେନ୍‌ସନ୍ ଯୋଜନାର ପ୍ରାରପ୍ରସାର ପାଇଁ ଦିଆଯାଇଥିବା ଟଙ୍କାକୁ ଅନ୍ୟ ଯୋଜନାରେ ଖର୍ଚ୍ଚ କରାଯାଇଛି ।