fbpx

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ୧.୨ ମିଲିୟନ ଟିକେଟ୍‌ ବିକ୍ରି, ଭାରତ-ପାକିସ୍ତାନ ମ୍ୟାଚ୍‌ ଟିକେଟ୍‌ ବୋହି ନେଲେ କ୍ରିକେଟ ପ୍ରେମୀ

ନୂଆଦିଲ୍ଲୀ: ଚଳିତ ଜୁଲାଇ ମାସ ୨୮ ତାରିଖରୁ ଇଂଲଣ୍ଡର ବର୍ମିଂହାମରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟାଗାଷ୍ଠୀ କ୍ରୀଡାରେ ପ୍ରଥମ ଥର ପାଇଁ ମହିଳା କ୍ରିକେଟ ପ୍ରତିଯୋଗିତା ସାମିଲ ହୋଇଛି । ୧୯୯୮ କୁଆଲାଲମ୍ପୁର ରାଜ୍ୟ ଗୋଷ୍ଠୀ କ୍ରୀଡାରେ ପ୍ରଥମ ଥର ପାଇଁ ପୁରୁଷ କ୍ରିକେଟ ସାମିଲ ହୋଇ ଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏହା ସ୍ଥାନ ପାଇ ନ ଥିବା ବେଳେ ଚଳିତ ବର୍ଷ ପୁଣି ରାଜ୍ୟଗୋଷ୍ଠୀ କ୍ରୀଡାକୁ ଫେରିଛି କ୍ରିକେଟ ।

ଆସନ୍ତା ୨୯ ତାରିଖରୁ ରାଜ୍ୟଗୋଷ୍ଠୀ କ୍ରୀଡାର ମହିଳା କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହେବ। ଭାରତ-ପାକିସ୍ତାନ ମହିଳା ଟି-ଟ୍ୱେଣ୍ଟି ମ୍ୟାଚ୍‌ର ଚାହିଦା ସବୁଠୁ ଅଧିକ ରହିଛି । ଏହି ମ୍ୟାଚ୍‌ ଏଜବାଷ୍ଟନରେ ଆସନ୍ତା ଜୁଲାଇ  ୩୧ ତାରିଖରେ ଭାରତ-ପାକିସ୍ତାନ ମ୍ୟାଚ ଅନୁଷ୍ଠିତ ହେବ । ତେଣୁ ଏହି ମ୍ୟାଚ ଉପଭୋଗ ପାଇଁ ବହୁ ସଂଖ୍ୟକ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇ ଥିବା ବେଳେ ଏହି ମ୍ୟାଚ ପାଇଁ ୧.୨ ମିଲିୟନ ଟିକେଟ ବିକ୍ରି ହୋଇ ଥିବା ରାଜ୍ୟ ଗୋଷ୍ଠୀ କ୍ରୀଡା ସାଂଠନିକ କମିଟି ପକ୍ଷରୁ ସୂଚନା ଦିଆ ଯାଇଛି । ସେହିପରି ସେମିଫାଇନାଲ ଓ ଫାଇନାଲ ପାଇଁ ମଧ୍ୟ ସବୁ ଟିକେଟ ବିକ୍ରି ସରିଛି ବୋଲି ରାଜ୍ୟଗୋଷ୍ଠୀ କ୍ରୀଡା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଇଆନ ରିଡ କହିଛନ୍ତି ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଇଆନ୍‌ ରିଡ୍‌ କହିଛନ୍ତି, ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ଟି-ଟ୍ୱେଣ୍ଟିକୁ ପ୍ରଥମ ଥର ସାମିଲ୍‌ କରାଯାଇଛି । କ୍ରିକେଟକୁ ନେଇ ନାଇଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ସେମି ଫାଇନାଲ୍‌ ଏବଂ ଫାଇନାଲ୍‌ ମ୍ୟାଚ୍‌ ଟିକେଟ୍‌ ବିକ୍ରି ହୋଇସାରିଛି । ସେହିପରି ଭାରତ-ପାକିସ୍ତାନ ମ୍ୟାଚ୍‌ ଟିକେଟର ଚାହିଦା ଅଧିକ ରହିଛି । ଉଭୟ ଦଳ ଗୋଟିଏ ଗ୍ରୁପରେ ସାମିଲ୍‌ ରହିଛନ୍ତି । ଇତିମଧ୍ୟରେ ବିଭିନ୍ନ କ୍ରୀଡ଼ା ଇଭେଣ୍ଟ ପାଇଁ ମୋଟ ୧.୨ ମିଲିୟନ ଟିକେଟ୍‌ ବିକ୍ରିକରାଯାଇଛି । ଆଗାମୀ ସମୟରେ ଟିକେଟ ବିକ୍ରି ଅଧିକ ବଢ଼ିବ ବୋଲି ଆଶା ରହିଛି ।

ରାଜ୍ୟଗୋଷ୍ଠି କ୍ରୀଡ଼ାରେ ଚଳିତ ବର୍ଷ ୮ଟି ଦଳକୁ ୨ଟି ଗ୍ରୁପରେ ଭାଗ କରାଯାଇଛି । ଗ୍ରୁପ୍‌-ଏରେ ଭାରତ, ପାକିସ୍ତାନ, ଅଷ୍ଟ୍ରେଲିଆ ଓ ବାର୍ବାଡୋସ୍‌ ଦଳ ସାମିଲ୍‌ ରହିଥିବାବେଳେ ଗ୍ରୁପ୍‌ ବି’ରେ ଆୟୋଜକ ଇଂଲଣ୍ଡ ସମେତ ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ଦଳ ସ୍ଥାନ ପାଇଛନ୍ତି।

Get real time updates directly on you device, subscribe now.