fbpx

ପ୍ରକାଶ ପାଇଲା ଗୃହ ବିଭାଗର ଶ୍ୱେତପତ୍ର: ୨୦୨୧ର ଅପରାଧ ସ୍ଥିତି ନେଇ ରହିଛି ଏପରି ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୃହବିଭାଗର ଶ୍ୱେତପତ୍ର ଆଜି ପ୍ରକାଶ ପାଇଛି । ୨୦୨୧ର ଅପରାଧ ସ୍ଥିତି ନେଇ ଶ୍ୱେତପତ୍ର ଜାରି ରହିଛି । ୨୦୨୧ରେ ୧ ଲକ୍ଷ ୫୫ ହଜାର ୫୨୦ଟି ଅପରାଧ ଘଟିଛି । ତା’ମଧ୍ୟରୁ ୧ ହଜାର ୩୯୪ଟି ହତ୍ୟାକାଣ୍ଡ ଘଟିଛି । ଏହା ସହ ୫୨୨ଟି ଡକାୟତି ଓ ୩୩୨୭ଟି ଦୁଷ୍କର୍ମ ମାମଲା, ୫ ହଜାର ୧୩ଟି ସିନ୍ଧି ଚୋରି ମାମଲା ଘଟିଥିବା ନେଇ ଶ୍ୱେତପତ୍ରରେ ପ୍ରକାଶ ପାଇଛି ।

ତେବେ ୨୦୨୧ରେ ହ୍ରାସ ପାଇଛି ମାଓ ହିଂସା । ମାଓବାଦୀଙ୍କ ପ୍ରତି ଜନସମର୍ଥନ ହ୍ରାସ ପାଇଛି । ସ୍ୱାଭିମାନ ଅଞ୍ଚଳ ସମେତ କଳାହାଣ୍ଡି, ରାୟଗଡ଼ା, କନ୍ଧମାଳରେ ସ୍ଥିତିରେ ପରିବର୍ତ୍ତନ ଆସିଛି । ପୋଲିସ ସହିତ ଗୁଳିବିନିମୟରେ ୭ ମାଓବାଦୀ, ୨ ଜଣ ସାଧାରଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ ଜଣେ ସୁରକ୍ଷାକର୍ମୀ ସହୀଦ ହୋଇଛନ୍ତି ।

Get real time updates directly on you device, subscribe now.