‘ସୁଭଦ୍ରା ୨ୟ କିସ୍ତିରେ ବାଦ୍ ପଡ଼ିଛନ୍ତି ୧ ଲକ୍ଷ ୮୩ ହଜାର ୭୮୫ ମହିଳା’: ଉପମୁଖ୍ୟମନ୍ତ୍ରୀ
ସୁଭଦ୍ରା ୧ମ ଓ ୨ୟ କିସ୍ତି ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ ଉତ୍ତର ।
ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଆଜି ଆଉ ଏକ ବୟାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରା ୨ୟ କିସ୍ତିରେ ବାଦ୍ ପଡ଼ିଛନ୍ତି ୧ ଲକ୍ଷ ୮୩ ହଜାର ୭୮୫ ମହିଳା । ସୁଭଦ୍ରାର ଦ୍ବିତୀୟ କିସ୍ତି ଟଙ୍କା ଦିଆଯାଇଥିବା ବେଳେ କେତେ ବାଦ୍ ପଡିଛନ୍ତି ସେନେଇ ଆଜି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ସୁଭଦ୍ରା ୧ମ ଓ ୨ୟ କିସ୍ତି ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ଉତ୍ତର ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, “୧ କୋଟି ୬୫ ହଜାର ୮୭୭ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଥିଲେ । ଦ୍ବିତୀୟ କିସ୍ତିରେ ୯୮ ଲକ୍ଷ ୮୨ ହଜାର ୯୨ ଜଣ ଟଙ୍କା ପାଇଛନ୍ତି । ”
ପ୍ରଥମ କିସ୍ତିରେ ସରକାର ୫ ଜହାର ୩୨ କୋଟି ୯୩ ଲକ୍ଷ ଦେଇଛନ୍ତି । ଦ୍ବିତୀୟ କିସ୍ତିରେ ୪ ହଜାର ୯୪୧ କୋଟି ୪ ଲକ୍ଷ ପ୍ରଦାନ କରିଛନ୍ତି ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା ।