fbpx

ଭଦ୍ରକ ହିଂସା ଘଟଣାରେ ୧୦ ଗିରଫ; ବନ୍ଦ ହେଲା ଇଣ୍ଟରନେଟ୍, ଜାରି ହେଲା ୧୬୩ ଧାରା

ଭଦ୍ରକ: (ଓଡ଼ିଶା ଭାସ୍କର) ଭଦ୍ରକରେ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ହିଂସା ଘଟଣାରେ ୧୦ ଜଣଙ୍କୁ ଗିରଫ କରାଯାଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଧାମନଗର NAC ଓ ଆଖପାଖରେ ୧୬୩ ଜାରି କରାଗଲା । ଧାମନଗର NAC ଓ ଦୋବଲରେ ୧୬୩ ସହ ୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ସେପଟେ ପୁରୁଣାବଜାର ଅଞ୍ଚଳରେ ୧୬୩ ଧାରା ସହ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ ।

୪୮ ଘଣ୍ଟା ପାଇ ବନ୍ଦ କରାଗଲା ଇଣ୍ଟରନେଟ୍ ସେବା । ବନ୍ଦ କରାଯିବା ନେଇ ଭଦ୍ରକ ଏସ୍‌ପିଙ୍କ ସୂଚନା । ପୁରୁଣା ବଜାର ଥାନାରେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ସହ ପୋଲିସ ଡିଆଇଜି, ଭଦ୍ରକ ଏସପି, ଭଦ୍ରକ ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀ ଅଞ୍ଚଳ ବୁଲି ଦେଖିବା ସହ ନିଜେ ଫ୍ଲାଗମାର୍ଚ୍ଚ କରିଛନ୍ତି । ଶାନ୍ତି କମିଟି ସହ ଆଲୋଚନା କରାଯାଇଛି । ଡିଆଇଜି କହିଛନ୍ତି ଯେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟକୁ ନେଇ ସାଇବର ସେଲ ତଦନ୍ତ କରୁଛି ।

ପୋଷ୍ଟରେ ସତ୍ୟତା ଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । କିନ୍ତୁ ସର୍ବସାଧାରଣ ସ୍ଥାନରେ ପୋଲିସକୁ ଆକ୍ରମଣ ଓ ସରକାରୀ ସମ୍ପତ୍ତି ନଷ୍ଟ କରିବା ସହ ଅଶାନ୍ତି ସୃଷ୍ଟି କରିବା ସହ ଉପଦ୍ରବ କରିଥିବା ଓ ଢେଲା ମାଡ଼ କରିଥିବା କୌଣସି ବ୍ୟକ୍ତିକୁ ଛଡାଯିବ ନାହିଁ ବୋଲି ଡିଆଇଜି କହିଛନ୍ତି । ଦୋକାନ ବଜାର ଖୋଲିବା ଉପରେ ନିର୍ଦ୍ଧିଷ୍ଟ ସମୟ ଦିଆଯିବା ନେଇ ଡିଆଇଜି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.