ଭୁବନେଶ୍ବର: ବିଜେପି ନେତା ତଥା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ଆକ୍ରମଣ ଘଟଣା । କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ । 10 ଜଣଙ୍କୁ ବାନ୍ଧିଲା ପୋଲିସ । ବିଧାୟକଙ୍କ ପିଏସଓଙ୍କ ଏତଲା ଆଧାରରେ 10 ଜଣଙ୍କୁ ଗିରଫ କରାଯାଇଛି । ଗିରଫ ପରେ ଯାଜପୁର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି । ଜାମିନ ନାମାଞ୍ଜୁର ପରେ 10 ଜଣ ଅଭିଯୁକ୍ତ ଜେଲ୍ ଯାଇଛନ୍ତି ।
ପ୍ରକାଶଥାଉକି, ଗତକାଲି ଆକ୍ରମଣ ପରେ ଆଜି ସାମ୍ବାଦିକ ସମ୍ମିଳନୀ କରିଥିଲେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର । ଏହାକୁ ସେ ଦୃଢ ନିନ୍ଦା କରିବା ସହିତ କହିଥିଲେ, “ଏହି ଘଟଣାକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ସହିତ ମଧ୍ୟ ଆଲୋଚନା ହୋଇଛି। ଆସାମୀକୁ ଖୁବଶୀଘ୍ର ଗିରଫ କରାଯିବ । ରାଜନୀତିରେ ଅକ୍ରୋଶ ହେବା ମୁଁ ଜାଣିଥିଲି । କିନ୍ତୁ ଯାଜପୁରରେ ଏଭଳି ହେବା ଜାଣିନଥିଲି । ଏଭଳି ଆକ୍ରମଣ ମୁଁ ପ୍ରଥମ ଥର ଦେଖୁଛି । ବିଜୁ ଜନତା ଦଳ ଯେପରି ଗୁଣାଗର୍ତ୍ତି କରୁଛି ତାହାକୁ ନେଇ ଭୟଭୀତ ଯାଜପୁରବାସୀ । ଏହାକୁ କେବେ ମଧ୍ୟ ଯାଜପୁରବାସୀ ସହିପାରିବେ ନାହିଁ । ପୂର୍ବରୁ ମୋତେ ଆକ୍ରମଣ ନେଇ ଧମକ ଦିଆଯାଇଥିବା ବେଳେ ବର୍ତ୍ତମାନ ଆକ୍ରମଣ ମଧ୍ୟ ହୋଇଛି । ଏନେଇ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ।” ତେବେ ବିଧାୟକଙ୍କ ସାମ୍ବାଦିକ ସମ୍ମିଳନୀରେ 10 ଜଣଙ୍କୁ ଗିରଫ କରି ଜେଲ ପଠାଯାଇଥିବା ଖବର ସାମ୍ନାକୁ ଆସୁଛି ।