fbpx

ରାତିରେ ଲୋକଙ୍କ ଯାତାୟାତ ପାଇଁ ୨୨ଟି ଅଟୋର ନମ୍ବର ଜାରି କଲା ବ୍ରହ୍ମପୁର ମହାନଗର ନିଗମ

ବ୍ରହ୍ମପୁର, ୨୨/୭(ଓଡିଶା ଭାସ୍କର): କରୋନା ନେଇ ବସ୍, ଟ୍ରେନ, ଅଟୋ ଚଳାଚଳ ବନ୍ଦ ରହିଛି। ତେଣୁ ଲୋକଙ୍କ ସୁବିଧା ପାଇଁ ବ୍ରହ୍ମପୁର ମହାନଗର ନିଗମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ରାତିରେ ଲୋକଙ୍କ ଯାତାୟାତ ପାଇଁ ୨୨ଟି ଅଟୋର ନମ୍ବର ଜାରି କରିଛି BMC। ରାତିରେ ଜରୁରୀ କାର୍ଯ୍ୟ ପାଇଁ ଅଟୋରେ ଯାତାୟାତ କରିହେବ ବୋଲି ସୂଚନା ମିଳିଛି। କିଲୋମିଟର ପିଛା ଅଟୋ ଭଡ଼ା ୧୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ବ୍ରହ୍ମପୁର ମହାନଗର ନିଗମ କମିସନର ।

Get real time updates directly on you device, subscribe now.