fbpx

ଖୁସି ଖବର! ଦ୍ୱାଦଶ ପାସ ହୋଇଥିଲେ ସରକାର ଦେବେ ୧୦ ଲକ୍ଷ ଟଙ୍କା: ଏଭଳି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଆଜିକାଲି ଭଲ ଚାକିରି ଖଣ୍ଡେ ମିଳିବା ଖୁବ କଷ୍ଟକର ହୋଇପଡିଛି । ତେଣୁ ପ୍ରାୟତଃ କିଛି ଲୋକ କୌଣସି ପ୍ରାଇଭେଟ ଅଫିସରେ ଛୋଟ ଚାକିରି ଖଣ୍ଡେ ଖୋଜି ନିଜ ପରିବାର ପୋଷିବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ବହୁତ କମ୍ ଲୋକ ନିଜେ ଏକ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ପଛଘୁଞ୍ଚା ଦେଉଛନ୍ତି । ତେବେ ଏଥିପାଇଁ ସବୁଠୁ ବଡ ସମସ୍ୟା ହେଉଛି ଆର୍ଥିକ ସମସ୍ୟା । ତେବେ ଏହି ସମସ୍ୟାକୁ ସମାଧାନ କରିବା ପାଇଁ ସରକାର ଆଣିଛନ୍ତି ଏକ ଦମଦାର ଯୋଜନା । ବିଶେଷ କରି ବେରୋଜଗାର ଯୁବବର୍ଗଙ୍କୁ ଆତ୍ମନିର୍ଭର କରାଇବା ଉଦ୍ଦେଶ୍ୟରେ ଏହି ଯୋଜନା ଆରମ୍ଭ ହୋଇଛି ।

ସରକାରଙ୍କ ଦ୍ୱାରା ଜାରି ରହିଥିବା ଏହି ଯୋଜନାରେ ବେକାରୀ ଯୁବଗୋଷ୍ଠୀମାନଙ୍କୁ ଆତ୍ମ ନିର୍ଭରଶୀଳ ଏବଂ ପ୍ରତିଷ୍ଠାବାନ କରିବା ପାଇଁ ଯୋଜନାର ଆବିର୍ଭାବ କରାଯାଇଛି । ଏହାକୁ ଉଦ୍ୟମୀ ଯୋଜନା ନାମ ଦେଇଛନ୍ତି ନିତୀଶ ସରକାର । ଏହି ଯୋଜନା ଅଧୀନରେ ରାଜ୍ୟ ସରକାର ଲୋନ୍ ଆକାରରେ ୧୦ ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମୀ ଯୋଜନା ଅନୁସାରେ ୪୮ ପ୍ରକାର ବ୍ୟବସାୟ ପାଇଁ ଲୋନ୍ ଦିଆଯାଉଛି । ଏହି ଯୋଜନା ଦ୍ୱାରା ବେକରୀ, ବାରିଙ୍ଗ, କମ୍ପ୍ୟୁଟର ହାର୍ଡଓୟାର, ପାମ୍ପଡ, ଫର୍ଣ୍ଣିଚର, ମସାଲା ଉତ୍ପାଦନ, ସମେତ ୪୮ଟି ବ୍ୟବସାୟରେ ଏହି ଟଙ୍କା ବିନିଯୋଗ କରିପାରିବେ ।

ଏଥିରେ ଆବଦେନ କରିବା ପାଇଁ ଜଣେ ପ୍ରାର୍ଥି ବିହାରର ମୂଳନିବାସୀ ହେବା ସହ ତାଙ୍କ ବୟସ ୧୮ ବର୍ଷରୁ ୫୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଏହାବ୍ୟତୀତ ଏହି ଯୋଜନାରେ ଦ୍ୱାଦଶ ପାସ୍, ଆଇଟିଆଇ କିମ୍ବା ପଲିଟେକନିକ ଇତ୍ୟାଦି ପ୍ରାର୍ଥି ଆବେଦନ କରିପାରିବେ । ଏହାବ୍ୟତୀତ ଏସସି, ଏସଟି ଏବଂ ଓବିସି କାଟାଗୋରୀର ସମସ୍ତ ପ୍ରାର୍ଥି ବିହାର ସରକାରଙ୍କର ଏହି ଯୋଜନାରେ ଲାଭ ଉଠାଇପାରିବେ । ଏଥିପାଇଁ ଜାତିଗତ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ଆବାସ ପ୍ରମାଣପତ୍ର ସହିତ ପାନ୍ କାଡ, ଆଧାର କାର୍ଡ, ମାକସିଟ ଏବଂ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ଇତ୍ୟାଦି ଡକ୍ୟୁମେଣ୍ଟ ଆବଶ୍ୟକ ହୋଇଥାଏ ।

କିପରି କରିବେ ଆବେଦନ?

୧. ପ୍ରଥମେ ଉଦ୍ୟମୀ ଯୋଜନାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ

୨. ରେଜିଷ୍ଟ୍ରେସନ ଲଗ୍ ଇନ୍ କରନ୍ତୁ

୩. ଆଇଡି ଏବଂ ପାସୱାର୍ଡ ଜେନେରେଟ କରିବା ପରେ ପୁଣିଥରେ ଲଗ୍ ଇନ୍ କରନ୍ତୁ

୪. ସ୍କ୍ରିନରେ ଥିବା ଆବେଦନ ପତ୍ରକୁ ପୂରଣ କରି ସବମିଟ କରନ୍ତୁ

୫. ଏହିଭଳି ୭ଟି ଫର୍ମ ପୂରଣ କରି ସବମିଟ କରିପାକୁ ହେବ

୬. ଏହାପରେ ଆପଣଙ୍କର ଆବେଦନ ପ୍ରକ୍ରିୟା ଶେଷ ହୋଇପାରିବ ।

Get real time updates directly on you device, subscribe now.