ନୂଆଦିଲ୍ଲୀ: ଆଗକୁ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ତେବେ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ପୂର୍ବରୁ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ଦିଲ୍ଲୀରେ ଅଟୋ ଡ୍ରାଇଭରମାନଙ୍କୁ ମିଳିବ ୧୦ ଲକ୍ଷର ବୀମା ସୁବିଧା । ଏଥିସହିତ ସେମାନଙ୍କର ଝିଅ ବାହାଘର ପାଇଁ ୧ ଟଙ୍କାର ସହାୟତା ମଧ୍ୟ ମିଳିବ । ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କରିଥିବା ଏହି ବଡ଼ ଘୋଷଣାକୁ ନେଇ ଦିଲ୍ଲୀରେ ଏବେ ରାଜନୀତି ହଲଚଲ ହେବାରେ ଲାଗିଛି ।
ଏହି ଅବସରରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ଅଟୋବାଲାଙ୍କ ନମକ ଖାଇଛି, ସେଥିପାଇଁ ଆଜି ପାଞ୍ଚଟି ବଡ଼ ଘୋଷଣା କରୁଛି । ଦିଲ୍ଲୀରେ ଆମର ସରକାର ଗଠନ ହେବା ପରେ ଅଟୋ ବାଲାଙ୍କ ଝିଅ ବିବାହରେ ସରକାର ୧ ଲକ୍ଷ ଟଙ୍କା ପ୍ରଦାନ କରିବେ । ଏଥିସହିତ ବର୍ଷକୁ ଦୁଇ ଥର ହୋଲି ଓ ଦୀପାବଳି ପାଇଁ ୨୫ ଟଙ୍କା ଅଲଗା ଭାବେ ପ୍ରଦାନ କରାଯିବ । ଏହା ସାଙ୍ଗକୁ ପିଲାମାନଙ୍କ ପ୍ରତିଯୋଗିତାମୂଳକ ପରୀକ୍ଷାର କୋଚିଂର ପୂରା ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ । ଅଟୋବାଲାଙ୍କ୍ୁ ୧୦ ଲକ୍ଷ ଟଙ୍କାର ଜୀବନ ବୀମା ମିଳିବା ସହ ୫ ଲକ୍ଷ ଟଙ୍କାର ଅଲଗା ଦୁର୍ଘଟଣା ବୀମା କରାଯିବ । ‘ପୂଛୋ ଆପ’ ପୁଣି ଥରେ ଚାଲୁ କରାଯିବ । ଆପ୍ ସରକାର ଅଟୋ ଚାଳକଙ୍କ ସହିତ ଛିଡ଼ା ହୋଇଥିଲା, ଛିଡ଼ା ହୋଇଛି ଓ ଛିଡ଼ା ହୋଇ ରହିବ ।
केजरीवाल की पहली गारंटी🔥
दिल्ली में फिर एक बार AAP सरकार बनने पर, ऑटो वाले भाइयों के लिए @ArvindKejriwal जी की 5 बड़ी गारंटियाँ‼️🛺
1️⃣ 10 लाख का जीवन बीमा और 5 लाख का एक्सीडेंट इंश्योरेंस
2️⃣ बेटी की शादी के लिए 1 लाख रुपये की आर्थिक सहायता
3️⃣ वर्दी के लिए साल में 2 बार ₹2500… pic.twitter.com/gBMFkyRRfq— AAP (@AamAadmiParty) December 10, 2024