ନୂଆଦିଲ୍ଲୀ: ଛତିଶଗଡ ସୁକମାରୁ ବଡ ଖବର ସାମ୍ନାକୁ ଆସିଛି । କୋଣ୍ଟା ଭେଜ୍ଜୀ ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଚର ହୋଇଛି । ଏହି ଗୁଳିବିନିମୟରେ 10 ଆତଙ୍କୀ ନିପାତ ହୋଇଥିବା ଖବର ସାମ୍ନାକୁ ଆସିଛି । ତେବେ ଘଟଣାସ୍ଥଳକୁ ଯବାନମାନେ 3ଟି ଅଟୋମେଟିକ ରାଇଫଲ ସହିତ ଅନେକ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛନ୍ତି ।
ସୂଚନା ଅନୁସାରେ, ନକ୍ସଲମାନେ ଉକ୍ତ ଅଞ୍ଚଳରେ ଲୁଚିଥିବା ନେଇ ଖବର ସାମ୍ନାକୁ ଆସିଥିଲା । ଏହାପରେ ଡିଆରଜି ଟିମ୍ ନକ୍ସଲଙ୍କୁ ଘେରାବନ୍ଦୀ କରିବା ପାଇଁ ଯୋଜନା କରିଥିଲେ । ଯବାନମାନଙ୍କୁ ଖବର ମିଳିଥିଲା ଯେ, କିଛିଜଣ ନକ୍ସଲ ଓଡିଶା ରାସ୍ତା ଦେଇ ଛତିଶଗଡରେ ପ୍ରବେଶ କରୁଛନ୍ତି । ତେବେ ଏନେଇ ନକ୍ସଲଙ୍କୁ ଘେରାବନ୍ଦୀ ପାଇଁ ଉଦ୍ୟମ ବେଳେ ଉଭୟଙ୍କର ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଫଳରେ ଏହି ଏନକାଉଣ୍ଚରରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଥିଲା । ଏଥିରେ 10 ଆତଙ୍କୀ ନିହତ ହୋଇଥିଲେ । ଏହି ଏନକାଉଣ୍ଟରରେ ଛତିଶଗଡର ଦକ୍ଷିଣ ବସ୍ତର, ଗରିୟାବନ୍ଦ ଏବଂ କାଙ୍କରର ଯବାନ ସାମିଲ ରହିଥିଲେ । ଡିଆରଜଡି ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।