fbpx
BSKY SKY
BSKY SKY

ରାଜ୍ୟର ୧୦ ଆକାଂକ୍ଷୀ ଜିଲ୍ଲା ବୁଲିବେ ୧୦ କେନ୍ଦ୍ରମନ୍ତ୍ରୀ, ଜାଣନ୍ତୁ କେଉଁଠିକି ଯିବେ କିଏ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୧୦ ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ସ୍ଥିତି ପରଖିବେ ବିଭିନ୍ନ କେନ୍ଦ୍ରମନ୍ତ୍ରୀ । ୨୦ ତାରିଖ ମଧ୍ୟରେ ୧୦ କେନ୍ଦ୍ରମନ୍ତ୍ରୀ ଗସ୍ତ କରିବେ ବୋଲି ସୂଚନା ମିଳିଛି । ଏନେଇ ଆଜିଠାରୁ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ଆରମ୍ଭ ହୋଇଛି । ଆକାଂକ୍ଷୀ ଜିଲ୍ଳାରେ କେନ୍ଦ୍ରୀୟ ଅନୁଦାନର କାର୍ଯ୍ୟକାରୀତା, ଉନ୍ନୟଣମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ କେନ୍ଦ୍ରମନ୍ତ୍ରୀମାନେ ପ୍ରକଳ୍ପ ସ୍ଥଳ ବୁଲି ଦେଖିବେ । ୨୦ ତାରିଖ ସୁଦ୍ଧା ସମୀକ୍ଷା ସାରି କେନ୍ଦ୍ର ସରକାରଙ୍କୁ ଦେବେ ସମୀକ୍ଷା ରିପୋର୍ଟ ।

ତେବେ ଦେଖନ୍ତୁ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ସୂଚୀ…

– କେନ୍ଦ୍ରମନ୍ତ୍ରୀ ସଞ୍ଜୟ ବାଲିଆନ ଯିବେ କୋରାପୁଟ ।

– କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯିବେ ଢେଙ୍କାନାଳ ।

– ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଯିବେ ମାଲକାନଗିରି ।

– କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଯିବେ କଳାହାଣ୍ଡି ।

– କେନ୍ଦ୍ରମନ୍ତ୍ରୀ ସାଧବୀ ନିରଞ୍ଜନ ଜ୍ୟୋତି ଯିବେ ବଲାଙ୍ଗୀର ।

– କେନ୍ଦ୍ରମନ୍ତ୍ରୀ ପ୍ରହଳ୍ଳାଦ ସିଂ ପଟେଲ ଯିବେ ଗଜପତି ।

– କେନ୍ଦ୍ରମନ୍ତ୍ରୀ ଏସ୍.ପି ବଗେଲ ଯିବେ ନୂଆପଡ଼ା ।

– କେନ୍ଦ୍ରମନ୍ତ୍ରୀ ଶୋଭାକରନ ଯିବେ ନବରଙ୍ଗପୁର ।

– କେନ୍ଦ୍ରମନ୍ତ୍ରୀ ସୋନି ପ୍ରକାଶ ଯିବେ ରାୟଗଡା ।

– କେନ୍ଦ୍ରମନ୍ତ୍ରୀ ସୁବାଷ ସରକାର ଯିବେ କନ୍ଧମାଳ ।

Get real time updates directly on you device, subscribe now.