fbpx
BSKY SKY
BSKY SKY

ବିକାଶ ନୁହେଁ ବିନାଶ କରୁଛି BMC, ମୁଁ ଦିଲ୍ଲୀରେ ଥିବାବେଳେ କାହିଁକି ଉଚ୍ଛେଦ କରାଗଲା: ଅପରାଜିତା

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୮ ତାରିଖ ଦିନ ସକାଳେ ରାଜଧାନୀ ଭୁବନେଶ୍ୱର ଝାରପଡ଼ା ଗଣେଶ ମଣ୍ଡପ ଅଞ୍ଚଳରେ ବିଏମସି ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା । ଗତ ପୌର ନିର୍ବାଚନରେ ସେ ଅଞ୍ଚଳରେ ବିଜେପି କର୍ପୋରେଟର ପ୍ରାର୍ଥୀ ବିଜୟ ଲାଭ କରିଥିବାରୁ ରାଜନୈତିକ ଆକ୍ରୋଶ ରଖି ବିଜେଡି ଏପରି କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ।

ତେବେ ଉକ୍ତ ଘଟଣା ପରେ ହାଟ ବ୍ୟବସାୟୀମାନେ ଏକତ୍ରିତ ହୋଇ ଧାରଣାରେ ବସିଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଘଟଣାସ୍ଥଳରେ ୧୨ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା । ପୂର୍ବ ରାତିରେ ନୋଟିସ ଦେଇ ସକାଳୁ ହାଟ ଭଙ୍ଗା ଯାଇଥିବା ବ୍ୟବସାୟୀମାନେ ଅଭିଯୋଗ କରିଥିଲେ । ତେବେ ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।

ଅପରାଜିତା କ୍ଷତିଗ୍ରସ୍ତ ଅଞ୍ଚଳରେ ପହଞ୍ଚି ପୀଡ଼ିତ ବ୍ୟବସାୟୀଙ୍କ ସହ ଆଲୋଚନା କରିଥିଲେ । ସେ ବିଏମସି ନିକଟକୁ ପଠାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବିଏମସି ବିକାଶ ନୁହେଁ, ବିନାଶରୁ ନିଜର କାର୍ଯ୍ୟାରମ୍ଭ କରିଛି । ୭ ଦିନ ମଧ୍ୟରେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଉପଯୁକ୍ତ ଜମି ଯୋଗାଇ ଦିଆଯାଉ । ପ୍ରଥମେ ଥଇଥାନ ପରେ ଉଚ୍ଛେଦ କରିବା କଥା । ମାତ୍ର ବିଏମସି କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ବିପରୀତ ସାବ୍ୟସ୍ତ ହୋଇଛି । ଏକ ମାର୍କେଟ କମ୍ଲେକ୍ସ ନିର୍ମାଣ କରି କ୍ଷତ୍ରିଗସ୍ତ ୪୩୦ ବ୍ୟବସାୟୀଙ୍କୁ ଥଇଥାନ କରାଯାଉ । ମୁଁ ଦିଲ୍ଲୀରେ ଥିବା ସମୟରେ ଏହି ଉଚ୍ଛେଦ କାର୍ଯ୍ୟ କାହିଁକି କରାଗଲା? ଭୁବନେଶ୍ୱରବାସୀ ବିକାଶ ସମସ୍ତଙ୍କର କର୍ତ୍ତବ୍ୟ, ମାତ୍ର ସେମାନଙ୍କୁ ହଇରାଣ ହରକତ କରିବା ଆଦୌ ଠିକ୍ ନୁହେଁ ।

Get real time updates directly on you device, subscribe now.