fbpx

BJP ନୂଆ ପାର୍ଟି ଅଫିସ ପାଇଁ ଖର୍ଚ୍ଚ ହେବ ୧୦୦ କୋଟି: ଜାଣନ୍ତୁ କ’ଣ ରହିବ ପରିବର୍ତ୍ତନ

ଭୋପାଳ: ନୂଆ ପାର୍ଟି ଅଫିସ ଖୋଲିବ ଭାରତୀୟ ଜନତା ପାର୍ଟି । ପଞ୍ଚ ତାରକା ହୋଟେଲର ଢାଞ୍ଚାରେ ଏହି ପାର୍ଟି ଅଫିସ ପ୍ରସ୍ତୁତ ହେବା ନେଇ ଯୋଜନା କରୁଛି ବିଜେପି । ଏଥିପାଇଁ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହୋଇସାରିଛି । ଦୀର୍ଘ ୩୨ ବର୍ଷ ପରେ ବିଜେପି ନିଜର ପାର୍ଟି ଅଫିସ କରିବା ପାଇଁ ଯାଉଥିବା ବେଳେ ଏଥିପାଇଁ ପ୍ରାୟ ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବାର ଯୋଜନା କରାଯାଇଛି । ତେବେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଯୋଜନାରେ ବ୍ୟସ୍ତ ହୋଇଛି ଭାରତୀୟ ଜନତା ପାର୍ଟି ।

ଚଳିତବର୍ଷ ଶେଷରେ ମଧ୍ୟପ୍ରଦେଶରେ ହେବ ବିଧାନସଭା ନିର୍ବାଚନ । ତେବେ ଏହାପୂର୍ବରୁ ଭୋପାଳରେ ଏକ ବିରାଟ ପାର୍ଟି ଅଫିସ ଖୋଲିବା ନେଇ ଯୋଜନା ଆରମ୍ଭ ହୋଇଛି । ଶିବରାଜ ସିଂହ ଚୌହାନଙ୍କ ସରକାରରେ ରାଜ୍ୟ ବିଜେପି ଏହାର ପାର୍ଟି ଅଫିସ ଖୋଲିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ଆସନ୍ତା ରବିବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏହାର ଭୂମିପୂଜନ କରିବେ । ମଧ୍ୟପ୍ରଦେଶର ବିଜେପି ସଭାପତି ଭିଡି ଶର୍ମା କହିଛନ୍ତି ଯେ, ବିଜେପି ପ୍ରତ୍ୟେକ ରାଜ୍ୟରେ ଏକ ପାର୍ଟି ଅଫିସ ଖୋଲିବା ପାଇଁ ନିଷ୍ପତ୍ତି ନେଇଛି । ତେବେ ଦୀର୍ଘ ଦିନରୁ ଭୋପାଳ ପାର୍ଟି ଅଫିସ ନିର୍ମାଣ ଯୋଜନା ପଡି ରହିଥିବା ବେଳେ ବର୍ତ୍ତମାନର ଆବଶ୍ୟକତାକୁ ଦେଖି ଦଳୀୟ କର୍ମୀ ଏବଂ ନେତାଙ୍କ ପାଇଁ ନୂଆ ବିଲ୍ଡିଂ ପ୍ରସ୍ତୁତ କରାଯିବ ।

ଏହି ନୂଆ ଅଫିସ ପଞ୍ଚ ତାରକା ହୋଟେଲ ଢାଞ୍ଚାରେ ପ୍ରସ୍ତୁତ କରାଯିବା ସହ ସମସ୍ତ ପ୍ରକାରର ଆଧୁନିକ ସାମଗ୍ରୀ ଉପଲବ୍ଧ ରହିବ । ଏହା ୧୦ ମହଲା ବିଶିଷ୍ଟ ବିଲ୍ଡିଂ ହେବ ବୋଲି ଜାଣିବାକୁ ମିଳିଛି । ଏହାସହିତ ବିଲ୍ଡିଂ ଭିତରେ ଅଡିଟୋରିୟମ ରହିବ ଏବଂ ଭିତରେ ୧୦୦୦ ଲୋକ ବସିପାରିବା ଭଳି ସୁବିଧା ମଧ୍ୟ ଉପଲବ୍ଧ ରହିବ । ବର୍ତ୍ତମାନ ମୁଖ୍ୟ ପାର୍ଟି ଅଫିସ ତିବା ବିଲ୍ଡିଂଟି ୧୯୯୧ ମସିହାରେ ସୁନ୍ଦରଲାଲ ପଟୱାଙ୍କ ସରକାରରେ ନିର୍ମାଣ କରାଯାଇଥିଲା । ତେଣୁ ଏହା ଦେଶର ଅନ୍ୟତମ ବଡ ଓ ସୁନ୍ଦର ପାର୍ଟି ଅଫିସ ଭାବରେ ପରିଗଣିତ ହେଉଥିଲା । ଏଥିରେ ବିଜେପି ମୋଟ ୬ଟି ନିର୍ବାଚନ ଲଢିତିବା ବେଳେ ୬ଥର ବିଜୟ ମୁକୁଟ ପିନ୍ଧିଛି ।

Get real time updates directly on you device, subscribe now.