fbpx

୧୦ ହଜାରକୁ 10K ଲେଖାଯାଉଛି କିନ୍ତୁ 10T ନୁହେଁ ? ରୋଚକ ରହିଛି ଏହା ପଛର କାହାଣୀ

ନୂଆଦିଲ୍ଲୀ: ଦୁନିଆରେ ସର୍ଟ ଫର୍ମର ବ୍ୟବହାର ଏତେ ମାତ୍ରାରେ ବଢ଼ିଯାଇଛି ଯେ, ଲୋକମାନେ ସଂଖ୍ୟାକୁ ବି ସର୍ଟ ଫର୍ମରେ ହିଁ ଲେଖୁଛନ୍ତି । ଯଦି ୧୦ ହଜାର ଓ ୧୦ ମିଲିୟନ୍ ଲେଖିବାକୁ କୁହାଯାଉଛି ତେବେ 10K ଓ 10M ଲେଖାଯାଉଛି । ଏଠାରେ ଗୋଟିଏ ପ୍ରଶ୍ନ ଉଠୁଛି ଯଦି ୧୦ ମିଲିୟନ୍ କୁ 10M ଲେଖି ହୋଇପାରୁଛି ତାହେଲେ ୧୦ ହଜାରକୁ ୧୦କେ ବୋଲି କାହିଁକି ଲେଖାଯାଏ? ମିଲିୟନ୍ ପାଇଁ “M” ବ୍ୟବହାର କରାଯାଉଛି ତେବେ ହଜାର ପାଇଁ “T” କାହିଁକି ବ୍ୟବହାର କରାଯାଉନାହିଁ ? “T” ସ୍ଥାନରେ “K” କାହିଁକି ବ୍ୟବହାର ହେଉଛି ? ତେବେ ଏସବୁ ପ୍ରଶ୍ନର ଉତ୍ତର ଆମେ ଆଜି ଜାଣିବା ।

କାହିଁକି କରାଯାଏ “K” ର ବ୍ୟବହାର?

“K” ବ୍ୟବହାର କରାଯିବାର କାହାଣୀ ଏଗ ଗ୍ରୀକ୍ ଶବ୍ଦ ‘Chilioi’ରୁ ଆରମ୍ଭ ହୋଇଛି । ଏହାର ଅର୍ଥ ହେଉଛି ହଜାର । ପ୍ରଥମେ ଗ୍ରୀକ୍ ରେ ହଜାର ପାଇଁ ଏହି ଶବ୍ଦକୁ ବ୍ୟବହାର କରାଯାଉଥିଲା । ବାଇବେଲ୍ ରେ ବି ଏ ସମ୍ପର୍କରେ ଉଲ୍ଲେଖ ରହିଛି । ଗ୍ରୀକ୍ ପରେ ଫ୍ରେଞ୍ଚ ମଧ୍ୟ ଏହି ଶବ୍ଦକୁ ବ୍ୟବହାର କରିବା ଆରମ୍ଭ କରିଥିଲା । ପରେ ଏହାକୁ କିଲୋରେ ପରିଣତ ହୋଇଥିଲା । ଏହାପରେ କିଲୋର ବ୍ୟବହାର ହଜାର ସହିତ ଯୋଡ଼ି ଦିଆଯାଇଥିଲା । ଯେଉଁଠାରେ ହଜାରେ ଗୁଣ କରିବାକୁ ପଡ଼ୁଥିଲା ସେଠାରେ କିଲୋ ବ୍ୟବହାର କରାଯାଉଥିଲା । ଯେମିତିକି ୧୦୦୦ ଗ୍ରାମରୁ ହେଲା କିଲୋଗ୍ରାମ ପରି, ୧୦୦୦ ମିଟର ରୁ ହେଲା କିଲୋମିଟର, ୧୦୦୦ ଲିଟରରୁ ହେଲା କିଲୋଲିଟର ଇତ୍ୟାଦି । ଏହି କାରଣରୁ, କିଲୋ, ହଜାରେର ପ୍ରତୀକ ପାଲଟିଗଲା । ଏହି କ୍ଷେତ୍ରରେ, “କେ” କେବଳ କିଲୋ ପାଇଁ ବ୍ୟବହୃତ ହୁଏ ଏବଂ ସେଥିପାଇଁ ଯେତେବେଳେ ୧୦ ହଜାର ଲେଖାଯାଏ ସେତେବେଳେ 10K ଲେଖାଯାଏ ଏବଂ ୫୦ ହଜାର ପାଇଁ 50K ଲେଖାଯାଏ ।

OK କୁ ନେଇ ରହିଛି ଅନେକ କନଫ୍ୟୁଜନ୍

All Correct ର ସର୍ଟଫର୍ମ ହେଉଛି Ok । ୧୮୩୯ ମସିହା ମାର୍ଚ୍ଚ ୨୩ ତାରିଖରେ ଓକେ ଶବ୍ଦ ପ୍ରଥମେ ଆମେରିକାର ଖବରକାଗଜ ବୋଷ୍ଟନ୍ ମର୍ନିଂ ପୋଷ୍ଟରେ ଛପା ଯାଇଥିଲା । ଓକେର ଅର୍ଥ ହେଉଛି All Correct  । ବିଶ୍ୱାସ କରାଯାଏ ଯେ, ସେହି ସମୟରେ ଶିକ୍ଷିତ ଲୋକମାନଙ୍କର ଭୁଲ ବନାନ ଲେଖିବାର ଏକ ଫ୍ୟାଶନ୍ ଥିଲା ଏବଂ ସେମାନେ Oll Korrekt ଲେଖିଥିଲେ । ଯାହାକୁ ସର୍ଟ ଫର୍ମ କରି ବୋଷ୍ଟନ୍ ମର୍ଣ୍ଣିଂ ପୋଷ୍ଟ୍ OK ଭାବରେ ଲେଖିଥିଲା । ସେବେଠାରୁ ଆଜି ପର୍ୟ୍ୟନ୍ତ ଆମେ ସମସ୍ତେ କେବଳ ‘Ok’ କହିଥାଉ ।

Get real time updates directly on you device, subscribe now.