fbpx

କୋଭିଡ୍ କମ୍ପ୍ଲିକେସନରେ ଗଲାଣି ୪ ଶିଶୁଙ୍କ ଜୀବନ, କେରଳରେ ମହାମାରୀର ଭୟାବହ ସ୍ଥିତି

ନୂଆଦିଲ୍ଲୀ: ଗତ କିଛି ଦିନ ହେବ କେରଳରେ କରୋନା ମହାମାରୀର ଭୟାବହ ପରିସ୍ଥିତି ଲାଗି ରହିଛି । ପ୍ରତିଦିନ ୩୦ ହଜାର ଉପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟଭ୍କ ସୂଚନା ଅନୁସାରେ, ଗତ ୫ ଦିନ ମଧ୍ୟରେ କେରଳରେ ପାଖାପାଖି ୩୦୦ରୁ ଅଧିକ ଶିଶୁ ମଲ୍ଟି-ସିଷ୍ଟମ୍ ଇମ୍ଫେ୍ଲମେଟରୀ ସିଣ୍ଡ୍ରୋମ୍-ଇନ୍ ଚାଲଲ୍ଡ(ଏମଆଇସି-ସି) ବା ଏହା ହେଉଛି ପୋଷ୍ଟ-କୋଭିଡ୍ କମ୍ପ୍ଲିକେସନ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଆଉ ଏଥିରେ ୪ ଜଣ ପ୍ରାଣ ହରାଇଛନ୍ତି ।

କେରଳରେ ଏମଆଇସି-ସି ଏକ ନୂଆ ସମସ୍ୟା ରୂପରେ ଠିଆ ହୋଇଛି । ଏହି ଏମଆଇସି-ସି କାରଣରୁ ଦୁଇ ମାସ ମଧ୍ୟରେ ସଂକ୍ରମଣ ଅଧିକ ମାତ୍ରାରେ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ୍ ଶନିବାର ଦିନ ସମସ୍ତ ବାପାମାଆଙ୍କୁ ନିଜ ପିଲାମାନଙ୍କ ଏମଆଇସି-ସି ଲକ୍ଷଣ ଦେଖାଦେବା ମାତ୍ରକେ ଏହାର ଚିକିତ୍ସା କରାଇବା ପାଇଁ ପରାମର୍ଶ ଦେଇଛନ୍ତି । ଏହାର ଲକ୍ଷଣ ଗୁଡ଼ିକ ହେଉଛି ପେଟ କାଟିବା, ଆଖି ଲାଲ୍ ଦିଶିବା, ଜ୍ୱର ହେବା ଇତ୍ୟାଦି । ଏସବୁ ଏମଆଇସି-ସିର ମୁଖ୍ୟ ଲକ୍ଷଣ ।

Get real time updates directly on you device, subscribe now.