fbpx

ନିର୍ଦ୍ଧାରିତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍ଥଗିତ ରଖିଲେ କେନ୍ଦ୍ର ସରକାର, ତୃତୀୟ ଲହରକୁ ନେଇ ଡର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ଅନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଉଡ଼ାଣ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍ଥଗିତ ରହିବ । ଏନେଇ ଡିଜିସିଏ ପକ୍ଷରୁ ସୁଚନା ଦିଆଯାଇଛି । କରୋନା ମହାମାରୀର ତୃତୀୟ ଲହର କାରଣରୁ ବିମାନ ଉଡ଼ାଣକୁ ସ୍ଥଗିତ ରଖାଯାଇଛି । ଗତ କିଛି ମାସର ବ୍ୟବଧାନ ପରେ ପୁଣିଥରେ ସଂକ୍ରମଣ ବଢ଼ୁଥିା ଦେଖିବାକୁ ମିଳିଛି । କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ ଭଳି ରାଜ୍ୟରେ ମାମଲା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ସୂଚନାଯୋଗ୍ୟ, ଡିଜିସିଏଙ୍କ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସସପେଣ୍ଡ କରିଥିଲେ । ହେଲେ କୋଭିଡ୍ ମାମଲାକୁ ଆଖି ଆଗରେ ରଖି ଏହାକୁ ପୁଣିଥରେ ଏକ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେବେ ଖାସ୍ କଥା ହେଉଛି ଏହି କଟକଣା ଇଣ୍ଟରନ୍ୟାସନାଲ୍ କାର୍ଗୋ ଫ୍ଲାଇଟ୍ ଉପରେ ଲାଗୁ ହେବ ।

Get real time updates directly on you device, subscribe now.