fbpx

୧୦୪ ବର୍ଷରେ କରୋନକୁ ମାତ୍ ଦେଲେ ଏହି ସ୍ୱାଧୀନତା ସଂଗ୍ରାମୀ, କହିଲେ- ‘ଡର ନାହିଁ, ଲଢ’

Advertisement

ନୂଆଦିଲ୍ଲୀ,୨୫ ।୪: ପୁଣି ଥରେ ଘାଇଲା କରୁଛି କରୋନା ମହାମାରୀ । ସଂକ୍ରମଣ ସାଙ୍ଗକୁ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଲୋକଙ୍କ ମନରେ ଭୟର ଛନକା ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ମଧ୍ୟପ୍ରଦେଶର ବୈତୁଲରେ ୧୦୪ ବର୍ଷର ଜଣେ ବୃଦ୍ଧି କରୋନାକୁ ମାତ୍ ଦେଇଛନ୍ତି ।

ତେବେ ବୈତୁଲର ସ୍ୱାଧିନତା ସଂଗ୍ରାମୀ ସେନାନୀ ବିରଦୀ ଚନ୍ଦ୍ର ଗୋଠୀ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବିରଦୀ ଯେପରି ଦେଶକୁ ସ୍ୱାଧୀନତା ଦେବାକୁ ପାଇଁ ଆନ୍ଦୋଳନରେ ସାମିଲ ହୋଇଥିଲେ ସେହିପରି ଏହି ବୟସରେ କରୋନା ସହ ଲଢେଇ କରି ବିଜୟ ହାସଲ କରିଛନ୍ତି । ବିରଦୀଙ୍କ ଆଖପାଖର କିଛି ଲୋକେ କରୋନା ପଜିଟିଭ ହୋଇଥିଲେ, ଫଳରେ ସେ ବି କରୋନାରେ ସଂକ୍ରମିତ ହୋଇଥିଲେ । କିନ୍ତୁ ନିଜର ଇଛାଶକ୍ତି ଓ ସାହସକୁ ନେଇ ବିରଦୀ କରୋନାକୁ ମାତ୍ ଦେଲେ । ମାତ୍ର ୧୦ ଦିନରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ ଓ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ।

ଠିକ୍ ହେବା ପରେ ସେ କହିଛନ୍ତି ଯେ, ‘ଆଖପାଖର ୩-୪ ଲୋକଙ୍କୁ କରୋନା ହୋଇଥିବାରୁ ପଜିଟିଭ୍ ହୋଇଗଲି । କିନ୍ତୁ ସାଧାରଣ ଜୀବନ, ସାଧାରଣ ଖାଦ୍ୟ ଓ ଡାକ୍ତରଙ୍କ ସାହାର୍ଯ୍ୟରେ ଠିକ୍ ହୋଇପାରିଛି ।’ ଏଥିପାଇଁ କରୋନାକୁ ଡର ନାହିଁ, ବରଂ ଲଢେଇ କର ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.