fbpx
BJD SKY
BJD SKY

ଖୁସି ଖବର : ଓଡ଼ିଶାରେ ଆଜି ୧୦, ୬୦୧ ସଂକ୍ରମିତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

BJD

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୦ ହଜାର ୬୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୫ ଲକ୍ଷ ୭୭ ହଜାର ୯୮୩ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୩୮୫ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୯୨୭, ଅନୁଗୁଳରୁ ୫୫୬ ଜଣ, ସୁନ୍ଦରଗଡରୁ ୫୧୫,ବାଲେଶ୍ୱରରୁ ୫୦୧, ସମ୍ବଲପୁରରୁ ୪୯୩, ପୁରୀରୁ ୪୬୯,ମୟୂରଭଞ୍ଜରୁ ୪୬୪, ବଲାଙ୍ଗିରରୁ ୪୫୯, ଝାରସୁଗୁଡ଼ାରୁ ୩୯୭, ବରଗଡରୁ ୩୮୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.