fbpx

ଭ୍ୟାକ୍ସିନ ନେବା ପରେ ସିଗାରେଟ୍‌ ମନା, ଧୂମ୍ରପାନ କଲେ ଶରୀରରେ ଦେଖାଦେବ ଅନେକ ସମସ୍ୟା

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): କୋଭିଡ଼୍‌-୧୯ର ଦ୍ୱିତୀୟ ଚରଣ ଉପରେ ଅଙ୍କୁଶ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶାନୁସାରେ ୧ ମେ ରୁ ୧୮ ବର୍ଷରୁ ଉଦ୍ଧ୍ୱର୍ ପିଲା ଓ ଲୋକମାନଙ୍କୁ କରୋନା ଭ୍ୟାକ୍ସିନ ଲଗାହେବା ପ୍ରକ୍ରିୟା ଆରମ୍ଭ ହୋଇଛି । କୋଭିଡ଼-୧୯ ପ୍ରୋଟୋକଲର ପାଳନ କରିବା ବ୍ୟତୀତ ସମସ୍ତେ ଭ୍ୟାକ୍ସିନେଟ୍‌ ହେବା ବହୁତ ଜରୁରୀ । ଭ୍ୟାକ୍ସିନେସନ୍‌ ପରେ ହର୍ଡ ଇମ୍ୟୁନିଟିର ଲକ୍ଷ୍ୟ ହାସଲ କରି କରୋନାର ଡେଥ୍‌ ରେଟ୍‌ କମ୍‌ କରାଯାଇପାରେ । ତେବେ ଧୂମ୍ରପାନ କରୁଥିବା ଲୋକମାନେ ଭ୍ୟାକ୍ସିନ ଡୋଜ୍‌ ନେବା ପରେ ଆଉ ଧୂମ୍ରାନ କରିାରିବେ ନାହିଁ ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ ଯେଉଁ ଲୋକମାନେ ଧୂମ୍ରପାନ କରୁଛନ୍ତି ସେମାନଙ୍କ ମଧ୍ୟରେ କରୋନା ଭାଇରସ୍‌ର ସଂକ୍ରମଣ ଅଧିକ ହେବାର ସମ୍ଭାବନା ରହିଛି । ଧୂମ୍ରପାନ ଯୋଗୁଁ ଫୁସଫୁସର କାର୍ଯ୍ୟକ୍ଷମତା କମ୍‌ ହୋଇଯାଏ ଓ ଅନେକ ଶ୍ୱାସଜନିତ ବେମାରୀର ବିଦ ବୃଦ୍ଧି ପାଏ । ସେଥିାଇଁ ଧୂମ୍ରପାନ କରୁଥିବା ଲୋକମାନଙ୍କୁ କୋଭିଡ଼୍‌- ୧୯ର ଗମ୍ଭୀର ଲକ୍ଷଣ ଅଧିକ ହେବାର ବିଦ ରହିଛି ।

ଭ୍ୟାକ୍ସିନର ପ୍ରଥମ ଡୋଜ୍‌ ନେବା ପରେ ଏଥିରେ ରୋକ୍‌ ଲାଗିବା ଉଚିତ । କାରଣ ସିଗାରେଟ୍‌ର ଧୂଆଁ ଇମ୍ୟୁନିଟି ବୃଦ୍ଧି କରୁଥିବା ଆଣ୍ଟିବଡିଜ୍‌ର ପ୍ରତିକ୍ରିୟାକୁ କମ୍‌ କରିଦିଏ । ଯାହା ଭ୍ୟାକ୍ସିନ ଲଗାଇବା ପରେ ଶରୀରରୋ ତିଆରି ହୋଇଥାଏ । ଭ୍ୟାକ୍ସିନେଟ୍‌ ହେବା ପରେ ଯଦି ସିଗାରେଟ୍‌ର ଅଭ୍ୟାସ ଜାରି ରହେ ତେବେ ଗୋଟିଏ ନିକୋଟିନ ପ୍ୟାଚ୍‌ ବା ଗମ୍‌ ନେଇପାରିବେ କିନ୍ତୁ ଧୂମ୍ରପାନ କରିବା ହାନିକାରକ ସାବ୍ୟସ୍ତ ହେବ । ଏହା ବ୍ୟତୀତ ମଦ୍ୟପାନ ବି ହାନିକାରକ ପ୍ରମାଣିତ ହୋଇପାରେ ।

Get real time updates directly on you device, subscribe now.