fbpx

ଅଜୟ ଦେବଗନଙ୍କ ‘ମୈଦାନ୍‌’କୁ ନେଇ ବଲିଉଡ଼ରେ ଚର୍ଚ୍ଚା; ଓଟିଟିରେ ରିଲିଜ୍‌ ନେଇ ହୋଇଥିଲା ଗୁଜବ, ଖଣ୍ଡନ କଲେ ଫିଲ୍ମ ନିର୍ମାତା…

ମୁମ୍ବାଇ (ଓଡ଼ିଶା ଭାସ୍କର): ବଲିଉଡ୍‌ ଷ୍ଟାର ଅଜୟ ଦେବଗନଙ୍କ ଅଭିନୀତ ଚଳଚ୍ଚିତ୍ର ‘ମୈଦାନ’ ଓଟିଟି ପ୍ଲାର୍ଟଫର୍ମରେ ରିଲିଜ୍‌ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ପେ’ ପର୍‌-ଭିଉ ଡିଜିଟାଲ ରିଲିଜ୍‌ ଗୁଜବକୁ ଚଳଚ୍ଚିତ୍ର ନିର୍ମାତା ବୋନି କପୁର, ଆକାଶ ଚାୱଲା ଏବଂ ଅରୁଣାଭ ଜୟ ସେନ୍‌ଗୁପ୍ତା ଖଣ୍ଡନ କରିଛନ୍ତି । ଓଟିଟି ପ୍ଳଟଫର୍ମରେ ଚଳଚ୍ଚିତ୍ର ମୁକ୍ତିଲାଭ ନେଇ ଏପଯ୍ୟନ୍ତ କୌଣସି ଆଲୋଚନା ହୋଇ ନଥିବା ସେମାନେ ସ୍ପଷ୍ଟ କରି ଦେଇଛନ୍ତି ।

ସମସ୍ତଙ୍କ ସୁରକ୍ଷା ପାଇଁ ସରକାରଙ୍କ କୋଭିଡ଼୍‌ ଗାଇଡଲାଇନ ମାନି ଚଳଚ୍ଚିତ୍ରକୁ ସମ୍ପୂର୍ଣ୍ଣ କରିବା ଉପରେ ଏବେ ଗୁରୁତ୍ୱ ଦିଆଯାଉଛି । ତେଣୁ ଗୁଜବ ପ୍ରଚାରରୁ ଦୂରେଇ ରହିବା ପାଇଁ ନିର୍ମାତାମାନେ ନିବଦେନ କରିଛନ୍ତି ।

ଭାରତୀୟ ଫୁଟବଲ୍‌ କୋଚ୍‌ ସୟେଦ ଅବଦୁଲ ରହିମଙ୍କ ଜୀବନୀ ଦ୍ୱାରା ଅନୁପ୍ରାଣିତ ହୋଇ ଉକ୍ତ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅମିତ୍‌ ରବୀନ୍ଦ୍ରନାଥ ଶର୍ମା । ଦଶହରାରେ ଏହାର ରିଲିଜ୍‌ ପାଇଁ ଲକ୍ଷ୍ୟ ରଖାଯାଇଛି । ଅଜୟ ଦେବଗନଙ୍କ ବ୍ୟତୀତ ଉକ୍ତ ଚଳଚ୍ଚିତ୍ରରେ ପ୍ରିୟାମଣି ଗଜରାଜ ରାଓ ଏବଂ ରୁଦ୍ରନୀଳ ଘୋଷ ଅଭିନୟ କରିଛନ୍ତି । ‘ମୈଦାନ’ ହିନ୍ଦୀ ସମତେ ତାମିଲ, ତେଲୁଗୁ ଏବଂ ମାଲୟାଲମ ଭାଷାରେ ମୁକ୍ତିଲାଭ କରିବା ଆଶା କରାଯାଉଛି ।

Get real time updates directly on you device, subscribe now.