fbpx

୨୯ ମିଲିୟନ୍ ଫଲୋର୍ସ ହେବା ପରେ ଝୁମି ଉଠିଲେ ଜନ୍ନତ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ: ଟେଲିଭିଜନ୍ ଦୁନିଆର ଅନ୍ୟତମ ଚର୍ଚ୍ଚିତ ଅଭିନେତ୍ରୀ ଜନ୍ନତ ଜୁବୈରଙ୍କୁ ଅନୁସରଣ କରୁଛନ୍ତି ୨୯ ମିଲିୟନ୍ ଲୋକ । ଏହା କଣ ଛୋଟିଆ କଥା! ଏତିକି ଜାଣିବା ପରେ ଜନ୍ନତଙ୍କୁ ଆଉ କିଏ ସମ୍ଭାଳେ! ସେ ଖାଲି ଖୁସିରେ ଡେଉଁଛନ୍ତି । ସୋସିଆଲ୍ ମିଡିଆରେ ଖୁବ୍ ଆକ୍ଟିଭ୍ ରହୁଥିବା ଜନ୍ନତ ତାଙ୍କର ଆଉ ଏକ ଦମଦାର୍ ଡ୍ୟାନ୍ସ ଭିଡିଓ ଅପଲୋଡ୍ କରିଛନ୍ତି । ଜଣାପଡ଼ିଛି କି ଇନଷ୍ଟ୍ରାଗ୍ରାମ୍ରେ ୨୯ ମିଲିୟନ୍ ଫଲୋର୍ସ ପାଇବା ପରେ ସେ ଏହି ଭିଡିଓ ଅପଲୋଡ୍ କରିଛନ୍ତି ।

Jannat Zubair #Odisha Bhaskar

ତେବେ ଏହି ଭିଡିଓ ଦେଖିବା ପରେ ତାଙ୍କର ଅନେକ ପ୍ରଶଂସକ ପଚାରିଛନ୍ତି କି- ୨୯ରେ ଏତିକି ଆଉ ୩୦ରେ କେତେ! ସେତେବେଳକୁ କଣ କରିବେ ଜନ୍ନତ!

ଜନ୍ନତ ଉକ୍ତ ଭିଡିଓରେ ଏକ ଇଂରାଜୀ ଗୀତରେ ଖୁବ୍ ନାଚିଛନ୍ତି । ସେ ତାଙ୍କ କ୍ୟାରିଅର୍ ଛୋଟ ପରଦାରୁ ହିଁ ଆରମ୍ଭ କରିଥିଲେ । ପ୍ରଥମେ ୨୦୦୯ରେ କଲର୍ସ ଚାନେଲର ଜନପ୍ରିୟ ଶୋ’ ‘ଫୁଲୱା’ରେ ଜନ୍ନତ ଦେଖା ଦେଇଥିଲେ । ଏହା ବ୍ୟତୀତ ସେ ‘ଭାରତ କା ବୀର ପୁତ୍ର: ମହାରଣା ପ୍ରଦାପ’ ଓ ‘ତୁ ଆଶୀକି’ରେ ମଧ୍ୟ କାମ କରି ଖୁବ୍ ପ୍ରଶଂସା ସାଉଁଟିଛନ୍ତି ।

 

Get real time updates directly on you device, subscribe now.