fbpx

ପ୍ରସୂତୀ ମହିଳାଙ୍କୁ ହସ୍ପିଟାଲ ନେବା ବାଟରେ ୧୦୮ ଆମ୍ବୁଲାନ୍ସରେ ଲାଗିଲା ନିଆଁ, ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ଓ ମହିଳା

ରାଜନଗର, (ଭାସ୍କର ନ୍ୟୁଜ): ସମାଜରେ ମନୁଷ୍ୟକୁ ବିନା କାରଣରେ ହଠାତ୍‌ ସମୟେ ସମୟେ ଏପରି ଏକ ସମସ୍ୟା ଜନିତ ବିପଦର ସମ୍ମୁଖୀନ ହେବାକୁ ହୁଏ ,ସେତେବେଳେ ତାଙ୍କ ପାଇଁ ବିପଦ ସୃଷ୍ଟି ହୋଇଥାଏ । କିନ୍ତୁ ଏପରି ସମୟରେି “ରଖେ ହରି ତ ମାରେ କିଏ’ ନୀତିରେ ଗୋଟିଏ ୧୦୮ ଆମ୍ବୁଲାନ୍ସରେ ନିଆଁ ଲାଗିଯାଇଥିଲା ବେଳେ ଏଥିରେ ହସ୍ପିଟାଲ ଯାଉଥିବା ଜନୈକା ପ୍ରସୂତୀ ମହିଳା ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ହେତୁ ଅଳ୍ପନେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି ।

ପ୍ରାପ୍ତ ସୂଚନା ମୁତାବକ ରାଜନଗର ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଜନନୀ ସୁରକ୍ଷାର ୧୦୮ ଆମ୍ବୁଲାନ୍ସ ଗାଡି ଖବର ପାଇ ମହୁଲିଆ ପଞ୍ଚାୟତର ପୋଖରୀଆ ଗ୍ରାମର ଗର୍ଭବତୀ ମହିଳା ଶ୍ରୀମତୀ ଜ୍ୟୋକ୍ଟରାରାଣୀ ମଳିକଙ୍କୁ ପ୍ରସୂତୀ ନିମନ୍ତେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣୁଥିଲେ, ଗାଁ ବାଟ ରାସ୍ତାରେ କିଛି କୁଟା ଶୁଖାଯାଇଥିଲା । ସେହି କୁଟା କେତେବେଳେ ଡ୍ରାଇଭର ଅଜଣାତରେ ଗାଡ଼ି ତଳେ ଲାଗିଯାଇଥିଲା ଏବଂ ତାହା କ୍ରମଶଃ ଗରମ ହୋଇ ଅଳ୍ପ ନିଆଁ ଲାଗି ଧୂଆଁ ବାହାରୁଥିବା ରାଜନଗର ଦୂର୍ଗା ମନ୍ଦିର ନିକଟରେ ଲୋକମାନେ ଦେଖି ଡାକପକାଇବା ସହ ଡ୍ରାଇଭର ଦେଖି ସଙ୍ଗେ ସଙ୍ଗେ ଫାୟାର୍‌ ଏକ୍ଜିଷ୍ଟିଙ୍ଗ୍‌ ମାରି ନିଆଁକୁ ଆୟତ୍ତ କରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ସୁରକ୍ଷିତ ଭାବେ ଗର୍ଭବତୀ ମହିଳାଙ୍କୁ ଓହ୍ଲାଇ ଦେଇ ଆସିବା ପରେ ପୁନଶ୍ଚ ଆମ୍ବୁଲାନ୍ସ ତଳୁ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା । ଏହା ଦେଖି ଡ୍ରାଇଭର ଶ୍ରୀ ବେହେରା ଓ ସିକ୍ୟୁରିଟିଙ୍କ ସହାୟତାରେ ଫାୟାର ଏକ୍ଜିଷ୍ଟିଙ୍ଗ୍‌ ମାରି ନିଆଁକୁ ଲିଭାଇଥିଲେ ଓ ଅଫିସରମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଡ୍ରାଇଭର ଦିନେଶଙ୍କର ଏପରି ମାନବିକତା ଓ ସାହାସିକତା ପାଇଁ ସାଧାରଣରେ ପ୍ରସଂଶା କରାଯାଇଛି ।

Get real time updates directly on you device, subscribe now.