fbpx
BJD SKY
BJD SKY

(Video) ୧୦୮ ଫୁଟର ଅଗରବତୀ ଦେଖିଛନ୍ତି କି? ଅଯୋଧ୍ୟା ପଠାଇବା ପାଇଁ ଚାଲିଛି ପ୍ରସ୍ତୁତି, ଦେଖନ୍ତୁ ଭିଡିଓ

BJD

ନୂଆଦିଲ୍ଲୀ: ଆପଣ ପ୍ରକୃତରେ ୧୦୮ ଫୁଟର ଅଗରବତୀ ଦେଖିଛନ୍ତି କି? ଗୁଜୁରାଟର ବଡୋଦରାରେ ଏହାକୁ ପ୍ରସ୍ତୁତ କରାଯାଇଛି । ସଂପୂର୍ଣ୍ଣ ଭାବେ ତିଆରି ହୋଇସାରିବା ପରେ ଏହାକୁ ଅଯୋଧ୍ୟା ପଠାଯିବ । ଉତ୍ତରପ୍ରଦେଶର ଅଯୋଧ୍ୟାରେ ୨୨ ଜାନୁଆରୀ ଦିନ ଶ୍ରିରାମ ଜନ୍ମଭୂମି ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ସମାରୋହ ଆୟୋଜିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମ ପାଇଁ ସାରା ଦେଶ ଉତ୍ସାହିତ ରହିଛି ।

ଏହି ଅଗରବତୀରେ ଗାଈ ଗୋବର, ଗାଈ ଘିଅ, ଗଛ କାଠ, ଯଜ୍ଞ ସାମଗ୍ରୀ ସମେତ ଅନେକ ଜିନିଷ ବ୍ୟବହାର କରାଯାଇଛି । ଏହା ତିଆରି ହେବା ଲାଗି ଅନେକ ଖର୍ଚ୍ଚ ହୋଇଛି । ଅନୁମାନ କରାଯାଉଛି ଯେ, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏହାକୁ ଅଯୋଧ୍ୟା ପଠାଇବା ପାଇଁ ମଧ୍ୟ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ସମ୍ଭାବନା ରହିଛି ।

ଅଯୋଧ୍ୟାରେ ୨୨ ଜାନୁ।।ରୀ ଦିନ ରାମଲଲାଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି । ଯେଉଁଥିରେ ବିଭିନ୍ନ ସ୍ଥାନରୁ ହାତୀମାନଙ୍କୁ ଡକାଯାଇଛି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ନିଜ ଏକ୍ସ ହ୍ୟାଣ୍ଡେଲରେ କହିଛି ଯେ, ସମସ୍ତ ପରମ୍ପରା ସହ ସାଧୁ-ସନ୍ଥ ଏବଂ ଦେଶର କୋଣ କୋଣରୁ ସମ୍ମାନୀୟ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ନବସ୍ଥାପିତ ତୀର୍ଥକ୍ଷେତ୍ରପୁରମରେ ଛୋଟ ନଗର ସ୍ଥାପିତ କରାଯାଇଛି । ଯେଉଁଠାରେ ୬ଟି ନଳକୂପ, ୬ଟି ରୋଷେଇ ଘର ଏବଂ ୧୦ଟି ବେଡ୍ ଯୁକ୍ତ ଏକ ହସ୍ପିଟାଲ ସ୍ଥାପିତ କରାଯାଇଛି ।

Get real time updates directly on you device, subscribe now.