fbpx

ନିମୋନିଆର କାରଣ ପାଲଟୁଛି କି କରୋନାର ନୂଆ ଭାରିଆଣ୍ଟ? ଚିନ୍ତା ବଢାଇଲାଣି JN.1

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ୱରେ ପୁଣି ଆତଙ୍କ ସୃଷ୍ଟି କରିଛି ମହାମାରୀ କରୋନା । କୋଭିଡର ନୂଆ ଜେ.ଏନ.୧ ଭାରିଆଣ୍ଟରେ ସଂକ୍ରମଣ ହାର ଦିନକୁ ଦିନ ବଢିବାରେ ଲାଗିଛି । ତେବେ ବୈଜ୍ଞାନିକମାନେ କହିଛନ୍ତି ଯେ, କରୋନାର ଏହି ଷ୍ଟ୍ରେନ ଓମିକ୍ରନ ଭଳି ଅତ୍ୟଧିକ ସଂକ୍ରାମକ ହୋଇପାରେ । କିନ୍ତୁ ଏହି ଭାରିଆଣ୍ଟରେ ହାଲକା ଲକ୍ଷଣ ଦେଖିବାକୁ ମିଳିଥାଏ । କରୋନା ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଶ୍ୱାସଜନିତ ସମସ୍ୟା ଏବଂ ନିମୋନିଆ ମଧ୍ୟ ଲୋକଙ୍କ ଚିନ୍ତାର କାରଣ ପାଲଟିଛି ।

ତେବେ ଭୟ କରିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ଏକ୍ସପର୍ଟ । ଜେ.ଏନ.୧ ଭାରିଆଣ୍ଟର ସାଧାରଣ ଲକ୍ଷଣରେ କାଶ, ଥଣ୍ଡା, ଗଳା ଖରାପ ସହିତ ହାଲକା ଜ୍ୱର ମଧ୍ୟ ହୋଇଥାଏ । ତେବେ ଏହା ସାଧାରଣତଃ ୪-୫ ଦିନ ମଧ୍ୟରେ ଠିକ ହୋଇଯାଏ । ତେବେ ଚୀନ୍, ଆମେରିକା ଏବଂ ସିଙ୍ଗାପୁରରୁ ନିମୋନିଆରେ ସଂକ୍ରମିତଙ୍କ ସଂଖ୍ୟା ଖୁବ କମ୍ ମାମଲା ସାମନାକୁ ଆସିଛି । ଏଥିରେ କମଜୋର ଇମ୍ୟୁନିଟି ଥିବା ବୟସ୍କ ରୋଗୀ କିମ୍ବା ଅନ୍ୟ ରୋଗାଗ୍ରସ୍ତ ଲୋକମାନେ ମଧ୍ୟ ସାମିଲ ରହିଛନ୍ତି ।

କରୋନା ଭାଇରସ ହେଉଛି ଏକ RNA ଭାଇରସ୍ ଏବଂ ଏହା ଜୀବିତ ଜୀବଜନ୍ତୁଙ୍କ ଡିଏନଏ ସହ ସମାନ ହୋଇ ନଥାଏ । ଏହି ଭାଇରସ ପ୍ରାୟତଃ ମ୍ୟୁଟେସନ ଅଧୀନରେ ରହିଥାଏ । ଜୀବାଣୁ ନକଲ ସମୟରେ ଏକ ତ୍ରୁଟି ଘଟିଲେ ଏହି ପରିବର୍ତ୍ତନ ହୋଇଥାଏ । ଏହି ଭୁଲ ଭୂତାଣୁର ଜେନେଟିକ କୋଡ଼ରେ ପରିବର୍ତ୍ତନ ଆଣିପାରେ । କରୋନା ଜୀବାଣୁରେ ପରିବର୍ତ୍ତନ ହେବାର ଅନେକ କାରଣ ଥାଇପାରେ, ଯେପରିକି ଜୀବାଣୁର ନକଲ ପ୍ରକ୍ରିୟା, ଜୀବାଣୁ ଅନ୍ୟ ଜୀବାଣୁଙ୍କ ସଂସ୍ପର୍ଶରେ ଆସିବା କିମ୍ବା ମାନବ ରୋଗ ପ୍ରତିରୋଧକ ଶକ୍ତି ସହିତ ଲଢୁଥିବା ଜୀବାଣୁଙ୍କ ସଂସ୍ପର୍ଶରେ ଆସିବା ଇତ୍ୟାଦି ।

Get real time updates directly on you device, subscribe now.