fbpx

ଏହି ୧୦ଟି ଜିଲ୍ଲାରେ ବଳବତ୍ତର ରହିବ ଶନିବାର ଓ ରବିବାର ସଟଡାଉନ

ଭୁବନେଶ୍ୱର, ୩୦ା୬(ଓଡ଼ିଶା ଭାସ୍କର): ଅନଲକ-୨ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଜୁଲାଇ ମାସର ପ୍ରତି ସପ୍ତାହର ଶନିବାର ଓ ରବିବାର ୧୦ଟି ଜିଲ୍ଲାରେ ସଟଡ଼ାଉନ ବଳବତ୍ତର ରହିବ ବୋଲି ସେ କହିଛନ୍ତି । ୧୦ଟି ଜିଲ୍ଲାଗୁଡ଼ିକ ହେଉଛି ଗଞ୍ଜାମ, ଗଜପତି, ଯାଜପୁର, ମୟୁରଭଞ୍ଜ, କଟକ, କେନ୍ଦୁଝର, ଝାରସୁଗୁଡ଼ା, ବାଲେଶ୍ୱର, ଜଗତସିଂହପୁର ଓ ଖୋର୍ଦ୍ଧା ।ଏହାସହ ଅନଲକ ୨ରେ ମଧ୍ୟ ନାଇଟ କର୍ଫ୍ୟୁରେ ପରିବର୍ତ୍ତନ ହୋଇଛି । ଜୁଲାଇ ମାସ ଶେଷ ଯାଏଁ ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି ୯ଟାରୁ ଭୋର ୫ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବ  ।

Get real time updates directly on you device, subscribe now.