fbpx
BJD
BJD SKY
BJD SKY

ସ୍କୁଲ ଆସିବେ ଦଶମ ଓ ଦ୍ୱାଦଶ ଛାତ୍ର; ଜାଣନ୍ତୁ କେବେଠୁ

BJD

ଭୁବନେଶ୍ଵର(ଓଡ଼ିଶା ଭାସ୍କର): ଦେଢ ବର୍ଷ କାଳ ବନ୍ଦ ଗରହିବା ପରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ପାଠପଢା । ଦଶମ ଓ ଦ୍ୱାଦଶ ଶ୍ରେଣୀର ପାଠପଢା ଏଣିକି ସ୍କୁଲରେ କରାଯିବ । ଆସନ୍ତା ଜୁଲାଇ ୨୬ ତାରିଖରୁ ସ୍କୁଲ ଖୋଲିବ ବୋଲି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ଶନିବାର ଘୋଷଣା କରିଛନ୍ତି । ସମସ୍ତ କରୋନା କଟକଣା ମାଧ୍ୟମରେ ଆରମ୍ଭ କରାଯିବ । ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀର ପାଠପଢା ଆରମ୍ଭ ହେବାକୁ ଯାଉଛି । ଅଭିଭାବକଙ୍କ ସହିତ ଆଲୋଚନା କରାଯାଇ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ।

ବିଦ୍ୟାଳୟ ଗୁଡିକ ସକାଳ ୧୦ଟାରୁ ୧.୩୦ ପର୍ଯ୍ୟନ୍ତ ଖୋଲା ରହିବ । ତେବେ ଅନଲାଇନ ପାଠପଢା ପୂର୍ବବତ ଜାରି ରହିବ । ନବମ ଓ ଏକାଦଶ ଶ୍ରେଣୀର ପାଠପଢା ପରବର୍ତ୍ତୀ ପର୍ଯ୍ୟାୟରେ ଆରମ୍ଭ କରାଯିବ । ଏକାଦଶ ଶ୍ରେଣୀର ପାଠପଢା ସେପ୍ଟେମ୍ବର ୧୫ ପରେ ଆରମ୍ଭ ହେବାର ସମ୍ଭାବନା ରହିଛି । ରବିବାର ଓ ସରକାର ଛୁଟିରେ ବିଦ୍ୟାଳୟ ବନ୍ଦ ରଖାଯିବ ବୋଲି ଶିକ୍ଷା ସଚିବ ସୂଚନା ଦେଇଛନ୍ତି । ଏହା ସହିତ ଜିଲ୍ଳାପାଳ ଚାହିଁଳେ ସ୍ଥାନୀୟ ଅଞ୍ଚଳର ବିଦ୍ୟାଳୟ ବନ୍ଦ ରଖିବାର ନିଷ୍ପତ୍ତି ନେଇ ପାରିବେ । ଯଦି ଭବିଷ୍ୟତରେ କରୋନା ପାଇଁ ପରୀକ୍ଷା ସମ୍ଭବ ନ ହୁଏ ତେବେ ବିଗତ ବର୍ଷରେ କରାଯାଇଥିବା ମାର୍କିଂ ପ୍ରକ୍ରିୟାରେ ହି ମାର୍କ ପ୍ରଦାନ କରାଯିବ ।

Get real time updates directly on you device, subscribe now.