fbpx

ଦଶମ ଏବଂ ITI ପାସ୍ କରିଛନ୍ତି, ବିନା ପରୀକ୍ଷାରେ ରେଲୱେରେ ମିଳିବ ଚାକିରି, ଆଜିଠୁ ଆରମ୍ଭ ହେଉଛି ଆବେଦନ

ନୁଆଦିଲ୍ଲୀ: ବର୍ତ୍ତମାନ ସମୟରେ ଗୋଟିଏ ସରକାରୀ ଚାକିରିର ମୂଲ୍ୟ କାହିଁରେ କେତେ। ଜଣେ ବ୍ୟକ୍ତି ଭଲ ଦରମା ସହିତ ଘରୋଇ କମ୍ପାନୀରେ ଚାକିରି କରିଥିଲେ ମଧ୍ୟ କମ୍ ଦରମାରେ ସରକାରୀ ଚାକିରି ଆଗରେ ତାହାର ମୂଲ୍ୟ ତୁଚ୍ଛ ସମାନ। ପଶ୍ଚିମ ରେଲୱେ ବିଭିନ୍ନ ବିଭାଗରେ ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରିଛି। ତେବେ ସବୁଠୁ ଆକର୍ଶଣିୟ କଥା ହେଉଛି, ଆବେଦନକାରୀ କେବଳ ଦଶମ ଏବଂ ଅଇଟିଆଇ ପାସ୍ କରିଥିବା ଆବଶ୍ୟକ।

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାନ୍ତି, ସେମାନେ ରେଲୱେର rrc-wr.com ଅଫିସିଆଲ ୱେବସାଇଟ୍ ଯାଇ କରି ଆବେଦନ କରିପାରିବେ। ଏହି ପଦବୀ ପାଇଁ ଆଜିଠୁ ଅର୍ଥାତ୍ ମେ ୨୮ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି।

ଏହାବ୍ୟତିତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://www.rrc-wr.com/ ରେ କ୍ଲିକ୍ କରି ଏହି ପୋଷ୍ଟରେ ସିଧାସଲଖ ଆବେଦନ କରିପାରିବେ। ସେହିଭଳି ଏହି ପଦବୀ ବିଷୟରେ ସବିଶେଷ ତଥ୍ୟ ପାଇବା ପାଇଁ ଆପଣ ଏହି https://www.rrc-wr.com/ ଲିଙ୍କ୍ ମାଧ୍ୟମରେ ଯାଇ ଅଫିସିଆଲ ବିଜ୍ଞପ୍ତି ମଧ୍ୟ ଯାଞ୍ଚ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ରେଳବାଇ ମୋଟ୍ ୩୬୧୨ ପଦବୀ ପୂରଣ କରିବ।

ଆବେଦନ ପାଇଁ ସମୟସୀମା ହେଉଛି।

ଆବେଦନ କରିବାର ଆରମ୍ଭ ତାରିଖ-ମେ ୨୮।

ଆବେଦନ କରିବାର ଶେଷ ତାରିଖ- ଜୁନ୍ ୨୭।

ପୋଷ୍ଟ ସଂଖ୍ୟା- ୩୬୧୨।

ଯୋଗ୍ୟତା ମାନଦଣ୍ଡ- ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଦଶମ ଶେଣିରେ ପାସ୍ କରିଥିବା ଉଚିତ୍। ଏହାସହ ପ୍ରାର୍ଥିଙ୍କ ପାଖରେ ITI ପାସ୍ ସାର୍ଟିଫିକେଟ୍ ରହିଥିବା ଜରୁରି।

ବୟସ ସୀମା- ପ୍ରାର୍ଥୀଙ୍କ ବୟସ ୧୫ ହୋଇଥିବା ଜରୁରି କିନ୍ତୁ ୨୪ ପାର କରି ନଥିବେ।

Get real time updates directly on you device, subscribe now.