fbpx

ଦଶମ ଓ ITIର ସାର୍ଟିଫିକେଟ ଥିଲେ ISROରେ ପାଇପାରିବେ ଚାକିରି: ମାସକୁ ଦରମା ୧.୪୨ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) ମେକେନ୍ଦ୍ରଗିରିରେ ଟେକ୍ନିସିଆନ୍, ଟେକ୍ନିକାଲ ଆସିଷ୍ଟାଣ୍ଟ ସମେତ ଅନେକ ପଦବୀରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି ।
ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି, ସେମାନେ ଇସ୍ରୋର ଅଫିସିଆଲ୍ ୱେବସାଇଟ isro.gov.in ଓ iprc.gov.inକୁ ଯାଇ ଆବେଦନ କରିପାରିବେ । ନିଯୁକ୍ତି ପାଇଁ ଫର୍ମ କେବଳ ଅନଲାଇନରେ ଦାଖଲ ହେବ । ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ୨୭ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ଆବେଦନ କରିବାର ଶେଷ ତାରିଖ ହେଉଛି ୨୪ ଏପ୍ରିଲ୍ । ଚଳିତ ବର୍ଷ ମୋଟ ୬୩ ଟି ପଦବୀ ପୂରଣ ହେବ । ଯେଉଁ ପ୍ରାର୍ଥୀମାନେ ଇସ୍ରୋ ଭାରତୀ ୨୦୨୩ ଅଧୀନରେ ଚାକିରି ପାଇବାକୁ ଚାହାଁନ୍ତି, ସେମାନଙ୍କୁ କିଛି ଜିନିଷ ଜାଣିବା ନିହାତି ଆବଶ୍ୟକ…

ତାରିଖ:-
ଇସ୍ରୋ ଭାରତୀ ପାଇଁ ଆବେଦନ କରିବାକୁ ତାରିଖ – ମାର୍ଚ୍ଚ ୨୭ ।
ଇସ୍ରୋ ଭାରତୀ ପାଇଁ ଆବେଦନ କରିବାର ଶେଷ ତାରିଖ – ୨୪ ଏପ୍ରିଲ ।

ଶିକ୍ଷାଗତ ଯୋଗ୍ୟତା :-

ଟେକ୍ନିସିଆନ ‘ବି’ (ଫିଟର) – ଏସଏସଏଲସି/ଏସଏସସି/ମାଟ୍ରିକ୍/୧୦ମ ପାସ୍ ହେବା ସହିତ ଏନଟିସି ବା ଏନଏସି ସହିତ ଏନସିବିଟିରୁ ଫିଟର ଟ୍ରେଡରେ ଆଇଟିଆଇର ସାର୍ଟିଫିକେଟ ଥିବା ଆବଶ୍ୟକ ।
ଟେକ୍ସିକାଲ ଆସିଷ୍ଟାଣ୍ଟ (ମେକାନିକାଏ) – ମେକାନିକାଲ୍ ଇଞ୍ଜିନିୟରିଂ (କିମ୍ବା) ପ୍ରଡକ୍ସନରେ ପ୍ରଥମ ଶ୍ରେଣୀର ଡିପ୍ଲୋମା ଥିବା ଜରୁରୀ ।
ଇସ୍ରୋ ନିଯୁକ୍ତି ପାଇଁ ବୟସ ସୀମା :-
ଫାୟାରମ୍ୟାନ୍ ବ୍ୟତୀତ ସମସ୍ତ ପଦବୀ ପାଇଁ ବୟସ ସୀମା ୩୫ ବର୍ଷ ରହିଛି । ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସଂରକ୍ଷଣ ପ୍ରଦାନ କରାଯିବ ।

ପୋଷ୍ଟ ସଂଖ୍ୟା :-

ଟେକ୍ନିସିଆନ୍ – ୩୦ ଟି ପୋଷ୍ଟ ।

ଟେକ୍ସିନାଲ ଆସିଷ୍ଟାଣ୍ଟ – ୨୪ ଟି ପୋଷ୍ଟ ।

ଅନ୍ୟମାନେ – ୯ ଟି ପୋଷ୍ଟ ।

ମୋଟ – ୬୩ ଟି ପୋଷ୍ଟ ।

ଦରମା :-

ଟେକ୍ନିସିଆନ୍ ସ୍ତର ୩ – ୨୧,୭୦୦ / – ରୁ ୬୯,୧୦୦ ଟଙ୍କା ।

ଟେକ୍ସିନାଲ ଆସିଷ୍ଟାଣ୍ଟ ସ୍ତର ୭ – ୪୪,୯୦୦ / – ରୁ ୧,୪୨,୪୦୦ / –

Get real time updates directly on you device, subscribe now.