fbpx

ସ୍ତ୍ରୀ ସବୁ ସାବଧାନ! ସ୍ୱାମୀଙ୍କୁ ନିକମ୍ମା-ବେରୋଜଗାର କହିଲେ ହେବ କାର୍ଯ୍ୟନୁଷ୍ଠାନ: ହାଇକୋର୍ଟଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ବର୍ତ୍ତମାନ ସ୍ତ୍ରୀମାନଙ୍କୁ ରହିବାକୁ ପଡିବ ସାବଧାନ । କାରଣ କୌଣସି ବି ମୁହୂର୍ତ୍ତରେ ହୋଇପାରେ ବଡ ପଦକ୍ଷେପ । ସ୍ୱାମୀଙ୍କୁ କିଛି କହିବା ପୂର୍ବରୁ ଥରେ ଚିନ୍ତା କରିବାକୁ ବାଧ୍ୟ କରିଛି କୋଲକାତା ହାଇକୋର୍ଟର ଏକ ନିଷ୍ପତ୍ତି । କାରଣ ଏବେ ପଦେ ପଦେ କଥାରୁ ଛାଡପତ୍ର ପର୍ଯ୍ୟନ୍ତ ଯାଇପାରେ ଗୋଟିଏ ଛୋଟ ମାମଲା । ଏ ନେଇ କୋଲକାତାର ମାନ୍ୟବର ଉଚ୍ଚ ନ୍ୟାୟାଳୟ ପ୍ରତ୍ୟେକ ସ୍ତ୍ରୀମାନଙ୍କୁ ସାବଧାନ କରାଇ ଦେଇଛନ୍ତି । ମହିଳାଙ୍କର କିଛି କତା ଛାଡପତ୍ରର ଆଧାର ହୋଇପାରେ ବୋଲି କୋର୍ଟ ତରଫରୁ ରାୟ ପ୍ରକାଶ ପାଇଛି ।

କୋର୍ଟର ଏହି ରାୟରେ ଭାରତୀୟ ପରିବାରର ପତ୍ନୀ ମାନଙ୍କୁ ତାଗିଦ କରି ଦିଆଯାଇଛି । ଦେଶର ସଂସ୍କୃତି ମାତା-ପିତାଙ୍କ ଭରଣପୋଷଣ ପାଇଁ ପୁଅଙ୍କ ଦାୟିତ୍ୱ ଏବଂ କର୍ତ୍ତବ୍ୟ ବୋଲି ଦର୍ଶାଯାଇଛି । କିନ୍ତୁ ଯଦି କୌଣସି ପତ୍ନୀ ସ୍ୱାମୀଙ୍କୁ ଏହି କର୍ତ୍ତବ୍ୟରୁ ଅବ୍ୟାହତ କରିବା ପାଇଁ ଚେଷ୍ଟା କରନ୍ତି କିମ୍ବା ମାତା-ପିତାଙ୍କ ପାଖରୁ ତାଙ୍କ ପୁତ୍ର(ନିଜ ସ୍ୱାମୀ)ଙ୍କୁ ଅଲଗା କରିବା ପାଇଁ ବାଧ୍ୟ କରନ୍ତି, ତେବେ ଏହା ଉଭୟଙ୍କ ମଧ୍ୟରେ ଛାଡପତ୍ର କରାଇପାରିବ । ଏଭଳି ଏକ ଚେଷ୍ଟାକୁ ଦମ୍ପତ୍ତିଙ୍କ ମଧ୍ୟରେ ଛାଡପତ୍ରର ଆଧାର ବୋଲି କହିଛନ୍ତି ହାଇକୋର୍ଟର ଖଣ୍ଡପୀଠ । ଜଷ୍ଟିସ ସୋମେନ ସେନ୍ ଏବଂ ଜଷ୍ଟିସ ଉଦୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ଏକ ନିଷ୍ପତ୍ତି ଶୁଣାଇଛନ୍ତି । ଏହାବ୍ୟତୀତ ସ୍ୱାମୀଙ୍କୁ ନିକମ୍ମା, ବେରାଜଗାର, ଭୀରୁ/କାପୁରୁଷ ଭଳି ଶବ୍ଦରେ କୁଠାରଘାତ କରନ୍ତି ତେବେ ଏହାକୁ ଛାଡପତ୍ର ପାଇଁ ଏକ ବଡ କାରଣ ଭାବେ ଦର୍ଶାଇ ପାରିବେ ସ୍ୱାମୀ । ଉଭୟ ଦମ୍ପତ୍ତିଙ୍କ ମଧ୍ୟରେ ଛାଡପତ୍ର କରାଇବା ପାଇଁ ଏହି କାରଣ ଯଥେଷ୍ଟ ହୋଇପାରେ ବୋଲି ହାଇକୋର୍ଟ ପ୍ରକାଶ କରିଛନ୍ତି ।

ପଶ୍ଚିମ ମେଦିନାପୁରର ପରିବାର ଅଦାଲତରେ ହୋଇଥିବା ଏକ ଆଦେଶକୁ ଚାଲେଞ୍ଜ କରି ପିଟିସନ ଦାୟର କରିଥିଲେ । ଏଥିରେ ସ୍ୱାମୀଙ୍କୁ କ୍ରୁରତାର ଆଧାରରେ ଛାଡପତ୍ର ପାଇଁ ଆଦେଶ ଦିଆଯାଇଥିଲା । ତେବେ ଏହି ମାମଲାର ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ, ଘରୋଇ ସମସ୍ୟା ଏବଂ ଆର୍ଥିକ ସମସ୍ୟା ସହିତ ଉଭୟଙ୍କ ଅହଂକାର ବ୍ୟତୀତ ସ୍ୱାମୀଙ୍କ ପାଖରୁ ଛାଡପତ୍ର ପାଇଁ ମହିଳାଙ୍କ ନିକଟରେ ଅନ୍ୟ କୌଣସି ଉପଯୁକ୍ତ କାରଣ ନଥିଲା । ତେଣୁ ଆବଶ୍ୟକତା ପୂରଣ କରିବା ପାଇଁ ନିଜ ଘର ଓ ମାତା-ପିତାଙ୍କୁ ଛାଡି ଶାନ୍ତିପୂର୍ଣ୍ଣ ବୈବାହିକ ଜୀବନ ବିତାଇବା ପାଇଁ ଚାଲି ଯାଇଥିଲା ।

Get real time updates directly on you device, subscribe now.