fbpx
BSKY
BJD YOUTH SKY
BJD MS SKY

ପୋଷ୍ଟ ଅଫିସର ଏହି ଯୋଜନାରେ ମହିଳାଙ୍କୁ ୭.୫ % ହାରରେ ମିଳିବ ସୁଧ: ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ : ପୋଷ୍ଟ ଅଫିସ ନିଜ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ଯୋଜନା ଆରମ୍ଭ କରିଛି । ସେହି ଯୋଜନାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ମହିଳା ସମ୍ମାନ ବଚତ ପ୍ରମାଣପତ୍ର ବା ସଞ୍ଜୟ ପତ୍ର, ଯାହାର ପରିଚାଳନ ପୋଷ୍ଟ ଅଫିସ କରୁଛି । ସାଧାରଣ ବଜେଟ୍ ୨୦୨୩ ଉପସ୍ଥାପନ କରୁଥିବାବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମହିଳାଙ୍କୁ ଦୃଷ୍ଟିରେ ରଖି ଏହି ଯୋଜନା ଆରମ୍ଭ କରିବାକୁ ଘୋଷଣା କରିଥିଲେ ।

ତେବେ ଅଧିକାଂଶ ପୋଷ୍ଟ ଅଫିସ ଯୋଜନାରେ ଜମାକାରୀମାନେ ଆୟକର ଅଧିନିୟମର ଧାରା ୮୦ସି ଅନୁଯାୟୀ ଟ୍ୟାକ୍ସ ରିହାତିର ଲାଭ ପାଆନ୍ତି । ଏପରି ପରିସ୍ଥିତିରେ, ଅନେକ ଲୋକ ଜାଣିବାକୁ ଚାହାଁନ୍ତି ଯେ, ମହିଳା ସମ୍ମାନ ବଚତ ପ୍ରମାଣପତ୍ର (ଏମଏସଏସସି) ନେବା ପରେ ମଧ୍ୟ ଟ୍ୟାକ୍ସ ସୁବିଧା ମିଳିପାରିବ କି ନାହିଁ? ଆସନ୍ତୁ ଜାଣିବା ଏହି ଯୋଜନା ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରେ…

ମହିଳା ସମ୍ମାନ ବଚତ ପ୍ରମାଣପତ୍ର ଯୋଜନା କ’ଣ ?
୨୦୨୩-୨୪ ବର୍ଷର ବଜେଟରେ ମହିଳା ସମ୍ମାନ ବଚତ ପ୍ରମାଣପତ୍ର ଯୋଜନାର ଘୋଷଣା କରାଯାଇଥିଲା । ମହିଳା ସମ୍ମାନ ବଚତ ପ୍ରମାଣପତ୍ର ଯୋଜନାରେ ୨ ବର୍ଷ ପାଇଁ ଫ୍ଲେକ୍ସିବଲ ନିବେଶ ଏବଂ ୨ ଲକ୍ଷ ଟଙ୍କାରୁ ଅଧିକ ନିବେଶ ସୀମା ସହିତ ଆଂଶିକ ପ୍ରତ୍ୟାହାର ଏବଂ ପ୍ରତି ତିନିମାସରେ ଚକ୍ରବୃଦ୍ଧି ଆଧାରରେ ସୁଧର ଲାଭ ମିଳିଥାଏ । ଏହି ଯୋଜନା ୩୧ ମାର୍ଚ୍ଚ ୨୦୨୫ ଅର୍ଥାତ୍ କେବଳ ଦୁଇ ବର୍ଷ ପାଇଁ ବୈଧ । ପୋଷ୍ଟ ଅଫିସର ଏହି ଯୋଜନାରେ ୭.୫ ପ୍ରତିଶତ ହାରରେ ସୁଧ ହାର ମିଳିଥାଏ ।

କିପରି ଆବେଦନ କରିପାରିବେ?
ଆପଣ ଯେକୌଣସି ପୋଷ୍ଟ ଅଫିସକୁ ଯାଇ ମହିଳା ସମ୍ମାନ ବଚତ ପ୍ରମାଣପତ୍ର ଯୋଜନା ପାଇଁ ଆବେଦନ କରିପାରିବେ । ଏହି ଯୋଜନା ପାଇଁ ଅର୍ଥ ମନ୍ତ୍ରଣାଳୟ ମଧ୍ୟ ଏକ ବିଜ୍ଞପ୍ତି ଜାରି କରିଛି । ଆପଣ ଆପଣଙ୍କର ନିକଟତମ ପୋଷ୍ଟ ଅଫିସକୁ ଯାଇ ଏହି ସ୍କିମ୍ ପାଇଁ ଏକ ଆକାଉଣ୍ଟ୍ ଖୋଲିପାରିବେ । ଏହି ଯୋଜନା ସାରା ଦେଶରେ ୧.୫୯ ଲକ୍ଷ ଡାକଘରେ ଉପଲବ୍ଧ ରହିଛି ।

Get real time updates directly on you device, subscribe now.