fbpx

IPLରେ ୧୦୦ତମ ମ୍ୟାଚ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ: ଜାଣନ୍ତୁ କେଉଁ ଜଣ କେତେ ମ୍ୟାଚ ହାରିଛନ୍ତି

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ର ଦ୍ୱାଦଶ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ପାଖରୁ ପରାସ୍ତ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ଆଜିଙ୍କ୍ୟ ରାହାଣେଙ୍କ ବିସ୍ପୋରକ ବ୍ୟାଟିଂ ବଳରେ ମୁମ୍ବାଇକୁ ୭ ୱିକେଟରେ ମାତ୍ ଦେଇଛି ଚେନ୍ନାଇ । ତେବେ ଏହି ପରାଜୟ ସହ ଏକ ଲଜ୍ଜାଜନକ ରେକର୍ଡରେ ନିଜ ନାମ ସାମିଲ କରିଛି ମୁମ୍ବାଇ । ଏହାସହିତ ଆଇପିଏଲ ଇତିହାସରେ ୧୦୦ତମ ମ୍ୟାଚ ହାରିଛି ରୋହିତ ପଲଟନ । ଆଇପିଏଲରେ ପରାଜୟର ଶତକ ହାସଲ କରିବାରେ ମୁମ୍ବାଇ ପଞ୍ଚମ ଦଳ ପାଲଟିଛି ।

ତେବେ ସବୁଠୁ ଅଦିକ ମ୍ୟାଚ ହାରିବା ରେକର୍ଡ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ ନାଁରେ । ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀ ମୋଟ ୨୨୭ ମ୍ୟାଚରୁ ୧୦୦ ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ୧୨୧ଟି ମ୍ୟାଚରେ ପରାସ୍ତ ହୋଇଛି । ଏହାପରେ ପଞ୍ଜାବ କିଙ୍ଗସ ମଧ୍ୟ ଆଇପିଏଲରେ ୧୦୦ଟି ମ୍ୟାଚରେ ପରାଜୟର ସାମନା କରିଛି । ୧୧୬ଟି ମ୍ୟାଚରେ ହାରିବା ପରେ ଦ୍ୱିତୀୟ ସ୍ଥାନରେ ରହିଛି ପଞ୍ଜାବ କିଙ୍ଗସ । ତେବେ ତୃତୀୟ ସ୍ତାନରେ ଥିବା ଦଳ ସମସ୍ତଙ୍କୁ ଚକିତ କରି ଦେବ । ଏହି ଦଳ ସୁପରଷ୍ଟାରଙ୍କୁ ନେଇ ସୁସଜ୍ଜିତ ଥିଲେ ବି ଏଭଳି ଏକ ତାଲିକାରେ ସ୍ଥାନ ପାଇଛି । ସାରା ଦେଶରେ ଏହି ଦଳର ଅନେକ ପ୍ରଶଂସକ ରହିଛନ୍ତି । କିନ୍ତୁ ୨୦୦୮-୨୦୨୩ ଭିତରେ ୧୧୪ଟି ମ୍ୟାଚରେ ପରାସ୍ତ ହୋଇଛି ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ।

ଚତୁର୍ଥ ସ୍ଥାନରେ ଏହି ତାଲିକାରେ ରହିଛି ଶାହରୁଖ ଖାନଙ୍କ ଟିମ୍ କୋଲକାତା ନାଇଟ ରାଇଡର୍ସ । ଆଇପିଏଲ ଇତିହାସରେ ବର୍ତ୍ତମାନ ସୁଦ୍ଧା କେକେଆର ୧୦୭ଟି ମ୍ୟାଚରେ ବିପକ୍ଷ ଦଳ ପାଖରୁ ପରାସ୍ତ ହୋଇଛି । ତେବେ ଲିଗର ସବୁଠାରୁ ସପଳ ଦଳ ଭାବରେ ପରିଚିତ ମୁମ୍ବାଇ ଇଣ୍ଡିଆନ୍ସ ବର୍ତ୍ତମାନ ଏହି ତାଲିକାରେ ନିଜ ନାଁକୁ ଯୋଡି ଦେଇଛି । ଚଳିତ ସିଜନରେ ଚେନ୍ନାଇ ପାଖରୁ ୧୦୦ତମ ମ୍ୟାଚ ପରାସ୍ତ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ ।

Get real time updates directly on you device, subscribe now.