fbpx

ଭୂସ୍ଖଳନରେ ୧୧ ମୃତ, ୮ ନିଖୋଜ

Advertisement

ନୂଆଦିଲ୍ଲୀ: ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇରେ ଭୂସ୍ଖଳନ ହୋଇଛି । ଫଳରେ ୧୧ ଜଣଙ୍କର ମୃତ୍ୟୁ ଘଟିବା ସହ ୮ ଜଣ ମାଟି ଅତଡ଼ା ତଳେ ଫସି ରହିଛନ୍ତି । ଖବର ପାଇ ଘଟଣାସ୍ଥଳରେ ବିଏମସି, ଏନଡିଆରଏଫ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ କିଛି ଲୋକଙ୍କ ଖବର ମିଳୁନଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । ଚେମ୍ବୁର ଜିଲ୍ଲାର ଭରତ ନଗର ଅଞ୍ଚଳରେ ଏହି ଘଟଣା ଘଟିଥିବା ଏନଡିଆରଏଫ୍ ଟିମ ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି । ମୃତକଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ରାଶି ପ୍ରଦାନ ନେଇ କୌଣସି ଖବର ବର୍ତ୍ତମାନ ସୁଦ୍ଧା ମିଳିନାହିଁ ।

Get real time updates directly on you device, subscribe now.