fbpx
BJD SKY
BJD SKY

ହୃଦୟବିଦାରକ: ଜମ୍ମୁ-କାଶ୍ମୀରରେ ଖାଇକୁ ବସ୍ ଖସି ୧୧ ଜଣଙ୍କ ମୃତ୍ୟୁ

BJD

ଜମ୍ମୁ-କାଶ୍ମୀରରେ ଭୟଙ୍କର ସଡ଼କ ଦୁର୍ଘଟଣା । ଗଭୀର ଖାଇକୁ ଏକ ବସ୍ ଓଲଟି ପଡ଼ିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଜମ୍ମୁ-କାଶ୍ମୀର ପୁଞ୍ଛ ଜିଲ୍ଲାରେ ବରେରୀ ନାଲା ନିକଟରେ ଏକ ବସ୍ ଗଭୀର ଖାଇକୁ ଖସିଯିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୮ ରୁ ଅଧିକ ଆହତ ହୋଇଥିବା ନେଇ କୁହାଯାଉଛି । ବସ ସୌଜିୟାଁ ରୁ ମଣ୍ଡୀ ଆଡ଼କୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ, ପୋଲିସ ଏବଂ ସେନା ଦ୍ୱାରା ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେପଟେ ଜମ୍ମୁ-କାଶ୍ମୀର ଏଲଜି ମନୋଜ ସିହ୍ନା ଏହି ସଡ଼କ ଦୁର୍ଘଟଣାରେ ଶୋକପ୍ର୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଆହତଙ୍କ ଶୀଘ୍ର ସୁସ୍ଥା ହେବା ନେଇ କାମନା କରିଛନ୍ତି । ପୋଲିସ ଏବଂ ଅଧିକାରୀଙ୍କୁ ଆହତଙ୍କୁ ପର୍ଯ୍ୟାପ୍ତ ଚିକିତ୍ସା ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଏଲଜି ମୃତକଙ୍କ ପରିବାରଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.